ଓଡିଶା

odisha

ETV Bharat / bharat

କାନପୁରରେ ଭାରସାମ୍ୟ ହରାଇଲା ବସ୍‌, ଚାଲିଗଲା 5 ଜଣଙ୍କ ଜୀବନ

ଟାଟ ମିଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବିଦ୍ୟୁତ ଚାଳିତ ବସ ଭାରସାମ୍ୟ ହରାଇବା ଫଳରେ 5 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

By

Published : Jan 31, 2022, 7:31 AM IST

Updated : Jan 31, 2022, 1:03 PM IST

major road accident in kanpur
କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 5 ମୃତ

ଲକ୍ଷ୍ନୌ: ଟାଟ ମିଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବିଦ୍ୟୁତ ଚାଳିତ ବସ ଭାରସାମ୍ୟ ହରାଇବା ଫଳରେ 5 ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ଗତ ରବିବାର ଦିନ କାନପୁରର ଟାଟ ମିଲ ଛକ ନିକଟରେ ଏକ ବିଦ୍ୟୁତ ଚାଳିତ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ତିନୋଟି କାର ଓ ଅନେକ ବାଇକ ଭାଙ୍ଗି ନଷ୍ଟ ହୋଇଯାଇଛି । ତେବେ ଘଟଣାସ୍ଥଳରୁ ବସ ଡ୍ରାଇଭର ନିଖୋଜ ଥିବା ଡିସିପି ସୂଚନା ଦେଇଛନ୍ତି।

ଏହି ଦୁର୍ଘଟଣା ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ପ୍ରିୟଙ୍କା ଟୁଇଟ୍ କରି କହିଛନ୍ତି, କାନପୁରରେ ଏକ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଖବର ଶୁଣିବାକୁ ପାଇଛି । ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ଏହି ଦୁର୍ଘଟଣାରେ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି।

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ ଖବର ଅଟେ। ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି । ଦୁର୍ଘଟଣାରେ ଆହତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରୁଛି।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ବିଟ ଯୋଗେ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ବିଟ ଯୋଗେ କହିଛନ୍ତି," ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣା ଖବର ଶୁଣି ମୁଁ ଦୁଃଖିତ। ଏହି ଦୁର୍ଘଟଣାରେ ଯେଉଁମାନେ ସେମାନଙ୍କ ଜୀବନ ହରାଇଛନ୍ତି, ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଉଛି। ସମସ୍ତଙ୍କ ଆହତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରୁଛି"।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2022, 1:03 PM IST

ABOUT THE AUTHOR

...view details