ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ସମୟରେ ଅକ୍ସିଜେନ ଅଭାବରୁ ମୃତ୍ୟୁ ମୁଖରେ ପଡୁଛନ୍ତି ଲୋକେ । ଏହାରି ମଧ୍ୟରେ ଦେଶର ସବୁ ବୃହତ ବନ୍ଦରଗୁଡିକୁ କଡା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଅକ୍ସିଜେନ ଓ ଅକ୍ସିଡେନ ସରଞ୍ଜାମ ପରିବହନ କରୁଥିବା ଜାହାଜଠୁ ଆଦାୟ ହେବନି କୌଣସି ଦେୟ ।
ବୃହତ ବନ୍ଦରକୁ ସରକାରଙ୍କ କଡା ନିର୍ଦ୍ଦେଶ, ଅକ୍ସିଜେନ ଆମଦାନୀ ହେଉଥିବା ଜାହାଜଠୁ ଆଦାୟ ହେବନି ଦେୟ - ଅକ୍ସିଜେନ ଆମଦାନୀ ବନ୍ଦର
ସବୁ ବୃହତ ବନ୍ଦରଗୁଡିକୁ କଡା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଅକ୍ସିଜେନ ଓ ଅକ୍ସିଡେନ ସରଞ୍ଜାମ ପରିବହନ କରୁଥିବା ଜାହାଜଠୁ ଆଦାୟ ହେବନି କୌଣସି ଦେୟ । ଅଧିକ ପଢନ୍ତୁ...
ବୃହତ ବନ୍ଦରକୁ ସରକାରଙ୍କ କଡା ନିର୍ଦ୍ଦେଶ, ଅକ୍ସିଜେନ ଆମଦାନୀ ହେଉଥିବା ଜାହାଜଠୁ ଆଦାୟ ହେବନି ଦେୟ
ଯେଉଁ ଜାହାଜ ଜରିଆରେ ଚିକିତ୍ସା ଉପକରଣ ଆମଦାନୀ କରାଯାଉଛି, ଏଗୁଡିକୁ ପ୍ରାଥମିକତା ଆଧାରରେ ପ୍ରଥମେ ଯିବାର ସୁଯୋଗ ମିଳିବା ଦରକାର । ଆସନ୍ତା ତିନିମାସ ପାଇଁ ଏହି ଦେୟ ଛାଡ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଯଦି ମେଡିକାଲ ଅକ୍ସିଜେନ, ଅମ୍ଳଜାନ ଟ୍ୟାଙ୍କର, ଅକ୍ସିଜେନ ସିଲିଣ୍ଡର ଆଦି ଯଦି ଆମଦାନୀ କରାଯାଏ, ତେବେ ବନ୍ଦର ପ୍ରଶାସନ ଏହା ଉପରେ କୌଣସି ପ୍ରକାର ଦେୟ ଆଦାୟ କରିବା ଉଚିତ ନୁହେଁ ।