ହାଇଦ୍ରାବାଦ:କାଶ୍ମୀରରେ ଭୂସ୍ଖଳନ ଫଳରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ରାମବାନ ଜିଲ୍ଲାର ରାମପାଦୀ ଅଞ୍ଚଳରେ ଗତରାତିରେ ଭୂସ୍ଖଳନ ହେବା କାରଣରୁ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ଆଜି (ବୁଧବାର) ରାସ୍ତା ଅବରୋଧ ହୋଇରହିଛି । ଏହି ରାଜପଥ ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଏକମାତ୍ର ମୁଖ୍ୟ ଯୋଗାଯୋଗର ମାଧ୍ୟମ ହୋଇଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି ।
ଜାତୀୟ ରାଜପଥ-44 ରେ ବାନିହାଲର ରାମପାଦି ନିକଟରେ ଏହି ବଡ଼ ଧରଣର ଭୂସ୍ଖଳନ ହୋଇଥିବା ରାମବାନ୍ ଡେପୁଟି କମିଶନର ମୁସରାତ ଇସଲାମ ଏକ ଟୁଇଟ୍ରେ ସୂଚନା ଦେଇଛନ୍ତି । ସକାଳୁ ରାସ୍ତା ଅବରୋଧ ହଟାଇବା ପାଇଁ ପ୍ରୟାସ ଜାରି ରହିଛି । ରାସ୍ତା ଉପରୁ ପଥର ଓ ମାଟି ଅତଡା ସଫା କରିବାରେ ଲାଗିଛନ୍ତି ସ୍ଥାନୀୟ ପ୍ରଶାସନର ଟିମ । ବର୍ତ୍ତମାନ ରାସ୍ତା ସଫା କାର୍ଯ୍ୟ ଜାରି ରହିଥିବା ବେଳେ ରାସ୍ତା ଖୁବ ଶୀଘ୍ର ଶେଷ ହେବା ସହ ଯାତାୟତ ସ୍ବାଭାବିକ ହେବା ନେଇ ସ୍ଥାନୀୟ ପ୍ରଶାସନ କହିଛି ।