ଗାନ୍ଧୀନଗର: ଗୁଜୁରାଟ ଅହମ୍ମଦାବାଦର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ପରେ ଲୁଗା ଦୋକାନରେ ହୋଇଥିବା ବିସ୍ପୋରଣ ଯୋଗୁଁ ଏହାର ଛାତ ଭୁଷୁଡି ପଡିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା 9 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ମିଳିଛି ସୂଚନା । ଅନ୍ୟପକ୍ଷେ ଭଗ୍ନାବଶେଷ ତଳେ 4 ଜଣ ଚାପି ହୋଇ ରହିଥିବା ଜଣାପଡିଛି।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହୀନି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନାନୁକାକା ଇଷ୍ଟେଟସ୍ଥିତ ଲୁଗା ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି । ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ 9 ଜଣଙ୍କର ଏହି ଅଗ୍ନିକାଣ୍ଡରେ ଜୀବନ ଯାଇଥିବା ସ୍ପଷ୍ଟ କରିଛି ପ୍ରଶାସନ ।