ଓଡିଶା

odisha

ETV Bharat / bharat

ସୁରତ ଟେକ୍ସଟାଇଲ ମିଲରେ ଅଗ୍ନିକାଣ୍ଡ

By

Published : Jan 29, 2021, 3:21 PM IST

Updated : Jan 29, 2021, 5:04 PM IST

ଟେକ୍ସଟାଇଲ ମିଲରେ ଅଗ୍ନିକାଣ୍ଡ
ଟେକ୍ସଟାଇଲ ମିଲରେ ଅଗ୍ନିକାଣ୍ଡ

15:14 January 29

ସୁରତ ଟେକ୍ସଟାଇଲ ମିଲରେ ଅଗ୍ନିକାଣ୍ଡ

ସୁରତ: ସୁରତ ସହରରେ ବଡଧରଣର ଅଗ୍ନିକାଣ୍ଡ । ସୁରତ ଟେକ୍ସଟାଇଲ ମିଲରେ ନିଆଁ ଲାଗିଥିବା ସୂଚନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିବାବେଳେ ଚାଲିଛି ନିଆଁଲିଭା କାର୍ଯ୍ୟ ।  

ସୁରତ ସହରରେ ଥିବା ଏକ ଟେକ୍ସଟାଇଲର ପ୍ରିଣ୍ଟିଂ ମିଲରେ ଆଜି(ଶୁକ୍ରବାର) ମଧ୍ୟାହ୍ନ ସମୟରେ ଭୟଙ୍କର ନିଆଁ ଲାଗିଛି  । ଏହି ମିଲ ସୁରତ ସହରର ନିକଟସ୍ଥ ଅଶ୍ବିନୀ କୁମାର ରୋଡରେ ଥିବା ଭରଚ୍ଛାରେ ଅବସ୍ଥିତ । ଏହି ଅଗ୍ନିକାଣ୍ଡ ନେଇ ସୁରତ ମ୍ୟୁନିସିପାଲିଟି କର୍ପୋରେସନ୍(ସିଏମସି) କହିଛନ୍ତି ଯେ, ଲାବଧି ଟେକ୍ସଟାଇଲ ମିଲରେ ଏହି ଅଗ୍ନିକାଣ୍ଡ ଲାଗିଥିବାବେଳେ  ନିଆଁ ଲାଗିବାର ପ୍ରକୃତ କାରଣ ଏଯାଁଏ ଜଣାପଡିନାହିଁ ।  

ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବାବେଳେ ଟେକ୍ସଟାଇଲ ମିଲରେ ରଖାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ବିପୁଳ ପରିମାଣର ପଲିଷ୍ଟର ,ଫ୍ୟାବ୍ରିକ ଉପାଦାନ ଓ କପଡା ତିଆରିରେ ବ୍ୟବହୃତ ଅନେକ କେମିକାଲ ଡ୍ରମରେ ନିଆଁ ଲାଗି ଜଳିପଡି ପାଉଁଶ ହୋଇଯାଇଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 29, 2021, 5:04 PM IST

ABOUT THE AUTHOR

...view details