ରାଞ୍ଚି:ଜାମସେଦପୁର ସ୍ଥିତ ଟାଟା ଷ୍ଟିଲ(Tata Steel Plant)ରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ପ୍ଲାଣ୍ଟର କୋକ ଓଭେନ ଡିପାର୍ଟମେଣ୍ଟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି । କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଜାମସେଦପୁର Tata Steel ପ୍ଲାଣ୍ଟ୍ରେ ଭୟଙ୍କର ବିସ୍ଫୋରଣ, 3 ଆହତ
ଜାମସେଦପୁର ଟାଟା ଷ୍ଟିଲ(Tata Steel) ପ୍ଲାଣ୍ଟରେ ବିସ୍ଫୋରଣ । 3 କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ
ଜାମସେଦପୁର ଟାଟା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ
ମିଳିିଥିବା ସୂଚନା ଅନୁସାରେ, କୋକ୍ ପ୍ଲାଣ୍ଟର ବ୍ୟାଟେରୀ ନମ୍ବର 6 ଏବଂ 7 ରେ ଏହି ଦୁର୍ଘଟଣା ଘଟିଛି । ଗ୍ୟାସ ଲାଇନରେ ୱେଲଡିଂ କାମ ଚାଲିଥିଲା ବେଳେ ଗ୍ୟାସ ଲାଇନ ଲିକ ହେବାରୁ ଏହି ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ବିସ୍ଫୋରଣ ପରେ ଉକ୍ତ ୟୁନିଟରେ ଭୟଙ୍କର ନିଆଁ ଲାଗିଯାଇଛି । ୫ଟି ଅଗ୍ନିଶମ ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ଏଥିରେ 3 ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : May 7, 2022, 8:38 PM IST