ଓଡିଶା

odisha

By

Published : Dec 2, 2022, 4:27 PM IST

ETV Bharat / bharat

BIG ACCIDENT: ଖୋଦେଇ ବେଳେ ଚାପି ହୋଇ ୭ ଜଣ ମୃତ, ଫସିଛନ୍ତି ଆଉ 15 ଗ୍ରାମବାସୀ

ଛତିଶଗଡ଼ ଜବଲପୁର ଅଞ୍ଚଳରେ ଘଟିଛି ବଡ଼ ଧରଣର ଅଘଟଣ । ଖୋଦେଇ ବେଳେ ଚାପି ହୋଇ ୭ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଅନେକ ଗ୍ରାମବାସୀ ଫସି ରହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ରାୟପୁର:ଛତିଶଗଡ଼ ଜଗଦଲପୁର ଅଞ୍ଚଳରେ ଅଘଟଣ ( Big accident in Jagdalpur) । ବସ୍ତରରେ ଥିବା ଖଣି ଅଞ୍ଚଳରେ ଖୋଦେଇ ସମୟରେ ଆବର୍ଜନାରେ ଚାପି ହୋଇ ୭ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି । ଏଥିରେ ୬ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଥିଲେ । ଏ ନେଇ ସିଏସପି ବିକାଶ କୁମାର ସୂଚନା ଦେଇଛନ୍ତି । ଜେସିବି ସାହାଯ୍ୟରେ ମୃତଦେହକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଆଉ ୧୫ ଜଣ ଗ୍ରାମବାସୀ ଚାପି ହୋଇ ରହିଥିବା ସୂଚନା ମିଳିଛି ।

ଖୋଦେଇ ବେଳେ ଚାପି ହୋଇ ୭ ଗ୍ରାମବାସୀ ମୃତ

ଖୋଦେଇ ବେଳେ ଘଟିଛି ଦୁର୍ଘଟଣା:-

ଜଗଦଲପୁର ବସ୍ତର ବିଭାଗରେ ରହିଛି । ଏହି ଖଣିର ଦୂରତା ଜଗଦଲପୁର ଅତି ନିକଟରେ ରହିଛି । ଚୁଇ ଖଣି ଦୁର୍ଘଟଣାରେ ୭ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି । ଖଣିରେ ଫସି ରହିଥିବା ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଉଛି। SDRF ଏବଂ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆବର୍ଜନାରେ ପୋତି ହୋଇଛନ୍ତି ୧୫ରୁ ଅଧିକ ଗ୍ରାମବାସୀ:-

ମିଳିଥିବା ସୂଚନା ଅନୁସାରେ ଏହି ଖଣିରେ ଥିବା ଆବର୍ଜନାରେ ପ୍ରାୟ ୧୫ରୁ ଅଧିକ ଗ୍ରାମବାସୀ ପୋତି ହୋଇ ରହିଥିବାର ଆଶଙ୍କା କରାଯାଉଛି । ଏପର୍ଯ୍ୟନ୍ତ ଦୁଇ ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ଚୁଇ ଖଣି ବସ୍ତରର ମାଲଗାଓଁ ଅଞ୍ଚଳରେ ଅବସ୍ଥିତ ।

ABOUT THE AUTHOR

...view details