ଜୋହାନସବର୍ଗ:ମହାତ୍ମା ଗାନ୍ଧୀଙ୍କ ନାତୁଣୀଙ୍କୁ 7 ବର୍ଷ ଜେଲଦଣ୍ଡ ଶୁଣାଇଲେ ସାଉଥ ଆଫ୍ରିକାର ଡର୍ବାନ କୋର୍ଟ । 6 ଲକ୍ଷ ମିଲିୟନ ରାଣ୍ଡ ଠକେଇ ମାମଲାରେ ତାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରାଯାଇଛି । ସୋମବାର ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନ୍ଦଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତାଙ୍କ ନାମରେ ହୋଇଥିବା ଠକେଇ ମାମଲାର ଶୁଣାଣି କରି ଡର୍ବାନ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି ।
ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ 7 ବର୍ଷ ଜେଲ - ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଆଶିଷ ଲତା ରାମଗୋବିନ୍ଦ
ଅର୍ଥ ଠକେଇ ଅଭିଯୋଗରେ ମହାତ୍ମା ଗାନ୍ଧୀଙ୍କ ନାତୁଣୀଙ୍କୁ 7 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ସାଉଥ ଆଫ୍ରିକା କୋର୍ଟ । ଅଧିକ ପଢନ୍ତୁ...
ସେ ବ୍ୟବସାୟୀ ଏସଆର ମହାରାଜଙ୍କ ଠାରୁ 6.2 ଲକ୍ଷ ଋଣ ପରିଶୋଧରେ ଠକାମି ଏବଂ କଷ୍ଟମ ଶୁଳ୍କ କ୍ଲିଅର ନ କରିଥିବା ଅଭିଯୋଗ ହୋଇଥିଲା । ନ୍ୟାସନାଲ ପ୍ରସିକ୍ୟୁଟିଙ୍ଗ୍ ଅଥରିଟି (ଏନପିଏ) ବା ଜାତୀୟ ଓକିଲ ପ୍ରାଧିକରଣର ବ୍ରିଗେଡିୟର୍ ହାଙ୍ଗୱାନି ମୁଲାଉଜୀ କହିଛନ୍ତି ଯେ, ସମ୍ଭାବ୍ୟ ନିବେଶକଙ୍କୁ ଭାରତରୁ ତିନୋଟି ପାତ୍ରରେ ଲାଇଲନ୍ ପଠାଯାଉଥିଲା । ଏହି ନିବେଶକମାନଙ୍କୁ ମନାଇବା ପାଇଁ ଲତା ରାମଗୋବିନ ଜାଲ୍ ଡକ୍ୟୁମେଣ୍ଟ୍ ଦେଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ ମାମଲାର ଶୁଣାଣି କରାଯାଇ ରାମଗୋବିନଙ୍କୁ 50,000 ସାଉଥ ଆଫ୍ରିକା ମୁଦ୍ରା ରାଣ୍ଡ ବଦଳରେ ଜାମିନ ପ୍ରଦାନ କରାଯାଇ ଥିଲା । ତେବେ ଲତା ରାମଗୋବିନନ୍ଦ ବିଶିଷ୍ଟ ଅଧିକାରୀ କର୍ମୀ ଇଲା ଗାନ୍ଧି ଏବଂ ମେୱା ରାମଗୋବିନ୍ଦଙ୍କ ଝିଅ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ