ଓଡିଶା

odisha

ETV Bharat / bharat

ଧ୍ବଜାବତରଣ ବେଳେ ଆଉ ଶୁଭିବନି ବାପୁଙ୍କ ପସନ୍ଦର ଗୀତ

ସାଧାରଣତନ୍ତ୍ର ଦିବସ ଉତ୍ସବ ପରେ ଉଦଯାପନୀ ସ୍ବରୂପ ଜାନୁଆରୀ ୨୯ରେ ଅନୁଷ୍ଠିତ ହେଉଥିବା ଧ୍ବଜାବତରଣ ଉତ୍ସବରେ ବଡ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷଠାରୁ ଧ୍ବଜାବତରଣ ବେଳେ ଆଉ ଶୁଭିବନି ମହାତ୍ମା ଗାନ୍ଧୀଙ୍କ ପସନ୍ଦର ଧାର୍ମିକ ଗୀତ ଆବାଇଡ ୱିଥ୍ ମି (Gandhis favorite abide with me song dropped from beating retreat ceremony)। ଅଧିକ ପଢନ୍ତୁ

ଧ୍ବଜବାତରଣ ବେଳେ ଆଉ ଶୁଭିବନି ବାପୁଙ୍କ ପସନ୍ଦର ଗୀତ
ଧ୍ବଜବାତରଣ ବେଳେ ଆଉ ଶୁଭିବନି ବାପୁଙ୍କ ପସନ୍ଦର ଗୀତ

By

Published : Jan 23, 2022, 7:25 AM IST

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଉତ୍ସବ ପରେ ଉଦଯାପନୀ ସ୍ବରୂପ ଜାନୁଆରୀ ୨୯ରେ ଅନୁଷ୍ଠିତ ହେଉଥିବା ଧ୍ବଜାବତରଣ ଉତ୍ସବରେ ବଡ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷ ଠାରୁ ଧ୍ବଜାବତରଣ ବେଳେ ଆଉ ଶୁଭିବନି ମହାତ୍ମା ଗାନ୍ଧୀଙ୍କ ପସନ୍ଦର ଧାର୍ମିକ ଗୀତ 'ଆବାଇଡ ୱିଥ୍ ମି '। କାରଣ କେନ୍ଦ୍ର ସରକାର ଏହି ଖ୍ରୀଷ୍ଟିୟାନ ଧାର୍ମିକ ଗୀତକୁ ଧ୍ବଜାବତରଣ କାର୍ଯ୍ୟକ୍ରମରୁ ବାଦ ଦେଇଛନ୍ତି ।

୧୯୫୦ ମସିହାକୁ ପାରମ୍ପରିକ ଭାବେ ଗାନ୍ଧିଜୀଙ୍କ ପ୍ରିୟ ଗୀତ ଧ୍ବଜାବତରଣ ଉତ୍ସବରେ ଗାନ ହେଉଥିଲା । ଏହା ବଦଳରେ ଚଳିତ ବର୍ଷ ହିନ୍ଦୀ ଦେଶାତ୍ମକ ଗୀତ ସାରେ ଜାହାଁ ସେ ଆଚ୍ଛା ବାଜିବ । ଯୁଦ୍ଧ ବେଳେ ଦିବସର ଶେଷ ସମୟରେ ଏହି ଗୀତର ଧ୍ବନୀକୁ ବଜା ଯାଇଥାଏ । ଏହା ବାଜିବା କ୍ଷଣି ଯବାନମାନେ ଯୁଦ୍ଧକ୍ଷେତ୍ରରୁ ପଛକୁ ହଟି ଯାଉଥିଲେ । ଭାରତରେ ପ୍ରତିବର୍ଷ ଜାନୁଆରୀ ୨୯ ସନ୍ଧ୍ୟାରେ ଦିଲ୍ଲୀର ବିଜୟ ଚୌକଠାରେ ଆୟୋଜିତ ହେଉଥିବା ଧ୍ବଜାବତରଣ କାର୍ଯ୍ୟକ୍ରମ ସହ ଗଣତନ୍ତ୍ର ଦିବସ ସମାରୋହ ଶେଷ ହୋଇଥାଏ । ଶେଷରେ ଏହି ଗୀତର ଧ୍ବନୀକୁ ପରିବେଷଣ କରାଯାଇଥାଏ।

ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଗୀତ 'ଆବାଇଡ ୱିଥ୍ ମି' ହେଉଛି ଏକ ପ୍ରାର୍ଥନା । ଯେଉଁ ଥିରେ ଗୀତ ଗାଉଥିବା ଲୋକଙ୍କ ଜୀବନ ଓ ମୃତ୍ୟୁ ସମୟରେ ଭଗବାନ ତାଙ୍କ ସହ ରୁହନ୍ତୁ ବୋଲି ପ୍ରାର୍ଥନା କରାଯାଏ ଏହି ଗୀତଟିକୁ ୧୮୪୭ ମସିହାରେ ସ୍କଟିସ୍ ଲେଖକ ହେନେରୀ ଫ୍ରାନ୍ସିସ୍ ଲାଇଟ୍ ଲେଖିଥିଲେ।

ବ୍ୟାଣ୍ଡରେ ସ୍ଥଳ ସେନା, ନୌସେନା, ବାୟୁସେନା, କେନ୍ଦ୍ରୀୟ ସଶସ୍ତ୍ର ପୋଲିସର ସଦସ୍ୟ ରହିବେ । ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକୀକୁ ସ୍ଥାନାନ୍ତର କରାଯିବାର ଦିନକ ପରେ ଧ୍ବଜାବତରଣ ଉତ୍ସବରୁ ବାପୁଙ୍କ ପ୍ରିୟ ଗୀତକୁ ବାଦ ଦେବାକୁ ନିଷ୍ପତ୍ତି ହୋଇଛି ।

For All Latest Updates

ABOUT THE AUTHOR

...view details