ଓଡିଶା

odisha

ETV Bharat / bharat

Martyrs Day: ମନେପଡନ୍ତି ବାପୁ - history of Martyrs Day

1948 ମସିହା ଆଜିର ଦିନରେ ନାଥୁରାମ ଗଡସେଙ୍କ ଗୁଳିରେ ଟଳି ପଡିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଦେଶପ୍ରତି ବାପୁଙ୍କ ବଳିଦାନକୁ ମନେ ପକାଇ ଆଜି ଦେଶବ୍ୟାପୀ ପାଳନ କରାଯାଏ ବଳିଦାନ ବା ସହିଦ୍ ଦିବସ । ଅଧିକ ପଢନ୍ତୁ

Martyrs Day: ମନେପଡନ୍ତି ବାପୁ
Martyrs Day: ମନେପଡନ୍ତି ବାପୁ

By

Published : Jan 30, 2022, 8:53 AM IST

Updated : Jan 30, 2022, 10:08 AM IST

ହାଇଦ୍ରାବାଦ: ଆଜି ସହିଦ୍ ଦିବସ । ଭାରତ ମାତା ସେବାରେ ଜୀବନ ଉତ୍ସର୍ଗ କରିଥିବା ବୀର ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୩୦ ତାରିଖରେ ପାଳିତ ହୁଏ ବଳିଦାନ ବା ସହିଦ୍ ଦିବସ । ୧୯୪୮ ମସିହା ଆଜିର ଦିନରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଏକ ପ୍ରାର୍ଥନାସଭାରେ ଯୋଗ ଦେଇଥିବାବେଳେ ନଥୁରାମ ଗଡସେଙ୍କ ଗୁଳିରେ ଟଳି ପଡିଥିଲେ ଦେଶର ପିତା ମହାତ୍ମା ଗାନ୍ଧୀ ।

ଅହିଂସା ମାଧ୍ୟମରେ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିଲେ ମହାତ୍ମା ଗାନ୍ଧୀ । ତାଙ୍କ ବଳିଦାନକୁ ମନେ ପକାଇବା ଏହି ଦିବସର ଉଦ୍ଦେଶ୍ୟ । ଶହୀଦ୍ ଦିବସ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ରାଜଘାଟ ସ୍ଥିତ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଥାନ୍ତି । ଆଜିର ଦିନରେ ପ୍ରାଣବଳୀ ଦେଇଥିବା ଅନ୍ୟ ଶହୀଦଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦେଶ ପାଇଁ ତାଙ୍କ ସେବା ଏବଂ ସାହସିକତା ଲାଗି ସେ ଚିର ସ୍ମରଣୀୟ ରହିବେ ବୋଲି କହିଛନ୍ତି ପିଏମ୍ ।

ଶହୀଦ୍ ଦିବସ ଅବସରରେ ରାହୁଲ ଗାନ୍ଧୀ ଟ୍ବିଟ୍ କରିଛନ୍ତି, ଏକ ହିନ୍ଦୁତ୍ବବାଦୀ ଗାନ୍ଧୀଜୀଙ୍କୁ ଗୁଳି ମାରିଥିଲେ । ସବୁ ହିନ୍ଦୁତ୍ବବାଦୀଙ୍କୁ ଲାଗୁଛି କି ମହାତ୍ମା ଗାନ୍ଧୀ ନାହାନ୍ତି । ହେଲେ ଯେଉଁଠି ସତ୍ୟ ଅଛି ସେଠି ଆଜି ବି ବାପୁ ବଞ୍ଚିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ ଯୋଗେ ବାପୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଜାତିର ପିତା ତଥା ଶାନ୍ତି ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧିଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ତାଙ୍କର ଆଦର୍ଶ ଆମକୁ ମାର୍ଗଦର୍ଶନ କରୁଛି । ସହିଦ୍ ଦିବସ ଅବସରରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ଶହୀଦଙ୍କୁ ସେ ସ୍ୟାଲୁଟ୍ କରିଛନ୍ତି ।

ଏହି ଅବସରରେ ଆଜି ବିଧାନସଭା ପ୍ରାଙ୍ଗଣରେ ଦିନ ୧୦.୫୦ ମିନିଟ୍ ସମୟରେ ବାପୁଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହିତ ପୋଲିସ ବାହିନୀ ଦ୍ବାରା ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 30, 2022, 10:08 AM IST

ABOUT THE AUTHOR

...view details