ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ ଅଣାୟତ ହେଉଛି ମହାମାରୀ । କର୍ଫ୍ୟୁ ଓ କଟକଣା ସତ୍ତ୍ବେ ବେକାବୁ କୋରୋନା । ଛାତି ଥରାଉଛି ସଂକ୍ରମଣ ରିପୋର୍ଟ । 24 ଘଣ୍ଟାରେ ରାଜ୍ୟରେ 68,631 ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିବାବେଳେ 500 ଟପିଛି ମୃତ୍ୟୁ ସଂଖ୍ୟା ।
କର୍ଫ୍ୟୁ ସତ୍ତ୍ବେ ମହାରାଷ୍ଟ୍ରରେ ବେକାବୁ କୋରୋନା, ଗୋଟିଏ ଦିନରେ ଗଲା 503 ମୁଣ୍ଡ
କର୍ଫ୍ୟୁ ଓ କଟକଣା ସତ୍ତ୍ବେ ବେକାବୁ କୋରୋନା । ଛାତି ଥରାଉଛି ସଂକ୍ରମଣ ରିପୋର୍ଟ । 24 ଘଣ୍ଟାରେ ମହାରାଷ୍ଟ୍ରରେ 68,631 ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିବାବେଳେ 500 ଟପିଛି ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...
କର୍ଫ୍ୟୁ ସତ୍ତ୍ବେ ମହାରାଷ୍ଟ୍ରରେ ବେକାବୁ କୋରୋନା, ଗୋଟିଏ ଦିନରେ ମହାମାରୀ ନେଲା 503 ମୁଣ୍ଡ
ମହାରାଷ୍ଟ୍ରରେ ମୋଟ ମୃତ୍ୟୁ ସଂଖ୍ୟା 60,473 କୁ ବୃଦ୍ଧି ପାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ସକ୍ରିୟ ମାମଲା 6,70,388ରେ ପହଞ୍ଚିଛି । ଅନ୍ୟପକ୍ଷେ ଏବେସୁଦ୍ଧା ରାଜ୍ୟରେ 31,06,828 ରୋଗୀ କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।
ସେପଟେ କେବଳ ମୁମ୍ବାଇରେ ଗତ 24 ଘଣ୍ଟା ମଧ୍ୟରେ 8479ଟି ନୂଆ କୋରୋନା ମାମଲା ରିପୋର୍ଟ ହୋଇଛି। ସେହିପରି 53 ଜଣଙ୍କର ମୃତ୍ୟୁ ହୋଇଛି।