ଓଡିଶା

odisha

ETV Bharat / bharat

ବାବା ରାମଦେବଙ୍କୁ ମହାରାଷ୍ଟ୍ର ମହିଳା କମିଶନର ନୋଟିସ, ମହିଳାଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ - ମହାରାଷ୍ଟ୍ର ମହିଳା କମିଶନର ନୋଟିସ

ଯୋଗ କାର୍ଯ୍ୟକ୍ରମରେ ମହିଳାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡୁଆରେ ଯୋଗଗୁରୁ ରାମଦେବ (Baba Ramdev controversial statement on women)। ନୋଟିସ ପଠାଇ 3ଦିନ ମଧ୍ୟରେ ସ୍ପଷ୍ଟୀକରଣ ମାଗିଲା ମହାରାଷ୍ଟ୍ର ମହିଳା କମିଶନ । ସୋସିଆଲ ମଡିଆରେ ମଧ୍ୟ ତୀବ୍ର ପ୍ରତିକ୍ରିୟା । ଅଧିକ ପଢନ୍ତୁ

Ramdevs controversial statement: 3 ଦିନ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ମହାରାଷ୍ଟ୍ର ମହିଳା କମିଶନଙ୍କ ନୋଟିସ
Ramdevs controversial statement: 3 ଦିନ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ମହାରାଷ୍ଟ୍ର ମହିଳା କମିଶନଙ୍କ ନୋଟିସ

By

Published : Nov 27, 2022, 9:27 PM IST

ହାଇଦ୍ରାବାଦ:ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡୁଆରେ ଯୋଗଗୁରୁ ରାମଦେବ (Baba Ramdev controversial statement on women) । ମହାରାଷ୍ଟ୍ର ଥାନେରେ ଆୟୋଜିତ ଏକ ଯୋଗ କାର୍ଯ୍ୟକ୍ରମରେ ମହିଳାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ରାମଦେବ । ଏହି ମାମଲାରେ ତାଙ୍କୁ ନୋଟିସ ଜାରି କରିଛି ମହାରାଷ୍ଟ୍ର ମହିଳା କମିଶନ । 3ଦିନ ମଧ୍ୟରେ ମନ୍ତବ୍ୟ ସମ୍ପର୍କରେ ଉତ୍ତର ରଖିବା ପାଇଁ ନୋଟିସରେ ମହିଳା କମିଶନ ଦର୍ଶାଇଛି । ସେହିପରି ଦିଲ୍ଲୀ ମହିଳା କମିଶନ ଅଧ୍ୟାକ୍ଷା ସ୍ବାତୀ ମାଲିଓ୍ବାଲ ମଧ୍ୟ ରାମଦେବ ଟିପ୍ପଣୀଙ୍କୁ ସମାଲୋଚନା କରିବା ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ସ୍ବାତୀ ରାମଦେବଙ୍କ ଉକ୍ତ ବିବାଦୀୟ ଟିପ୍ପଣୀର ଏକ ଭିଡିଓ ମଧ୍ୟ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଆଜି ଥାନେରେ ଆୟୋଜିତ କାର୍ଯ୍ୟକ୍ରମରେ ରାମଦେବ ଅଂଶଗ୍ରହଣ କରିଥିବା ମହିଳାଙ୍କ ଶାଢୀ ପିନ୍ଧିବା ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ରାମଦେବ କହିଥିଲେ, ‘‘ଆଜି କାର୍ଯ୍ୟକ୍ରମରେ ବ୍ୟସ୍ତତା ମଧ୍ୟରେ କିଛି ମହିଳାଙ୍କୁ ଶାଢୀ ପିନ୍ଧିବାର ଅବସର ମିଳିନି । ସେମାନେ ଘରେ ଯାଇ ଶାଢୀ ପିନ୍ଧି ପାରିବେ । ଆପଣମାନେ ଶାଢୀରେ ଭଲ ଲାଗନ୍ତି, ସାଲଓ୍ବାରରେ ମଧ୍ୟ ଭଲ ଲାଗନ୍ତି । ଯଦି ଆପଣମାନେ ମୋ ପରି ପୋଷାକ ପରିଧାନ କରନ୍ତି ତା ହେଲେ ମଧ୍ୟ ଭଲ ଲାଗିବେ ।’’

କାର୍ଯ୍ୟକ୍ରମ ମଞ୍ଚରେ ରାମଦେବଙ୍କ ସହ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ ମଧ୍ୟ ଉପସ୍ଥିତ ଥିଲେ । ତେବେ ରାମଦେବଙ୍କ ଏପରି ଟିପ୍ପଣୀ ପରେ ବିବାଦ ଦେଖିବାକୁ ମିଳିଥିଲା । ଅଭିଯୋଗ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଧ୍ୟ ପହଞ୍ଚିଥିଲା । ଏହି ମାମଲାରେ ମହିଳା କମିଶନ 3ଦିନ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାମଦେବଙ୍କ ମନ୍ତବ୍ୟ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ଭିଡିଓକୁ ଟ୍ବିଟ କରି ଟିପ୍ପଣୀକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ (Swati Maliwal of Delhi Women Commission)।

ABOUT THE AUTHOR

...view details