ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ବଢିଲା ଲକଡାଉନ, ଟୀକାକରଣରେ ଲାଗିଲା ବ୍ରେକ୍‌

ମହାରାଷ୍ଟ୍ରରେ ଟୀକାକରଣ ଉପରେ ଲାଗିଲା ବ୍ରେକ । ମେ ପହିଲାରୁ ହେବନାହିଁ ଟୀକାକରଣ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ବଢିଲା ଲକଡାଉନ, ଟୀକାକରଣରେ ଲାଗିଲା ବ୍ରେକ୍‌
ମହାରାଷ୍ଟ୍ରରେ ବଢିଲା ଲକଡାଉନ, ଟୀକାକରଣରେ ଲାଗିଲା ବ୍ରେକ୍‌

By

Published : Apr 28, 2021, 5:14 PM IST

ମୁମ୍ବାଇ: କୋରୋନା ବିରୋଧରେ ଜାରି ଯୁଦ୍ଧରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ହେଲେ କିଛି ରାଜ୍ୟରେ ଏବେ ଟୀକାକରଣକୁ ନେଇ ଲାଗିରହିଛି । ରାଜସ୍ଥାନ ପରେ ଏବେ ମହାରାଷ୍ଟ୍ରରେ ମଧ୍ୟ ମେ ପହିଲାରୁ ହେବନାହିଁ ଟୀକାକରଣ ।

କୋଭିଡ ଭ୍ୟାକ୍ସିନ ଯୋଗାଣରେ ହେଉଥିବା ବିଳମ୍ବ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜସ୍ଥାନ ସରକାରଙ୍କ କହିବାନୁଯାୟୀ, ସେରମ ଇନଷ୍ଟିଚ୍ୟୁଟକୁ ସାଢେ 3 କୋଟି ଭ୍ୟାକ୍ସିନ ଡୋଜର ଆର୍ଡର ଦିଆଯାଇଛି । ହେଲେ ଡୋଜ୍‌ କେବେ ମିଳିବ ତାହା ସ୍ପଷ୍ଟ ହୋଇପାରିନାହିଁ ।

ଏପଟେ ମହାରାଷ୍ଟ୍ରରେ ମଧ୍ୟ ମେ ପହିଲାରୁ ହୋଇପାରିବନି ଟୀକାକରଣ । କାରଣ ମେ 20 ପରେ ହିଁ ମହାରାଷ୍ଟ୍ରକୁ ଟିକା ଯୋଗାଇବା ସମ୍ଭବ ହେବ ବୋଲି ସୋମବାର ସୂଚନା ଦେଇଥିଲା ସେରମ ଇନଷ୍ଟିଚ୍ୟୁଟ ।

ମହାରାଷ୍ଟ୍ରରେ କ୍ରମାଗତ ବଢିଚାଲିଛି କୋରୋନା ସଂକ୍ରମଣ । ରାଜ୍ୟରେ ରେକର୍ଡ ଭାଙ୍ଗୁଛି ପଜିଟିଭ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆଉ 15 ଦିନ ବଢାଇ ଦିଆଯାଇଛି ଲକଡାଉନ ।

ABOUT THE AUTHOR

...view details