ଓଡିଶା

odisha

ETV Bharat / bharat

Maharashtra: ଅଜିତ ପାଓ୍ବର ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ, NDA ରେ ସାମିଲ ହୋଇ ନେଲେ ଶପଥ

ଏନସିପି ଛାଡିଲେ ମହାରାଷ୍ଟ୍ର ଅଜିତ ପାୱାର । ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ରାଜ୍ୟପାଳ କରାଇଲେ ଶପଥ ଗ୍ରହଣ । ଅଧିକ ପଢନ୍ତୁ

By

Published : Jul 2, 2023, 2:13 PM IST

Updated : Jul 2, 2023, 3:09 PM IST

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଅଜିତ ପାୱାର
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଅଜିତ ପାୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ମହାନାଟକ । ଦୀର୍ଘମାସ ଧରି ଯାହା ଅନୁମାନ କରାଯାଉଥିଲା ଶଷରେ ତାହା ହିଁ ହେଲା । ଅତି ନାଟକୀୟ ଭାବେ ମହାରାଷ୍ଟ୍ରର ନୂତନ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏନସିପି ନେତା ଅଜିତ ପାଓ୍ବାର । ଆଜି ଏନସିପି ନେତା ଅଜିତ ତାଙ୍କ ସମର୍ଥକ ବିଧାୟକ ଗୋଷ୍ଠୀ ସହ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହେବା ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ରାଜ୍ୟପାଳ ରମେଶ ବୈଶ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଅଜିତ ପାୱାରଙ୍କ ସହ ଏନସିପିର ଅନ୍ୟତନ ବରିଷ୍ଠ ନେତା ଛଗନ ଭୁଜବଳ, ଦିଲୀପ ୱାଲସେ ପାଟିଲ, ହାସନ ମୁଶ୍ରିଫ, ରାମରାଜ ନିମ୍ବଲକର, ଧନଞ୍ଜୟ ମୁଣ୍ଡେ, ଆଦିତ୍ୟ ଟାଟକେରେ, ସଞ୍ଜୟ ବନସୋଡେ ଏବଂ ଅନିଲ ଭାଇଦାସ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ବେଳେ ଏବେ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ସଂଖ୍ୟା ଦୁଇରେ ପହଞ୍ଚିଛି ।

ଅଜିତ ପାୱାର ୧୭ ଜଣ ଏନସିପି ବିଧାୟକଙ୍କୁ ନେଇ ରାଜଭବନରେ ପହଞ୍ଚିଥିବା ଚର୍ଚ୍ଚା ହେଉଥିଲା । ସେ ଏନଡିଏରେ ସାମିଲ ହେବା ସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିପାରନ୍ତି ବୋଲି ବହୁପୂର୍ବରୁ ଚର୍ଚ୍ଚା ହେଉଥିଲା । ହେଲେ ସେ ଏହାକୁ ଖଣ୍ଡନ କରିଆସିଥିଲେ । ଆଜି ହଠାତ ନିଜ ସମର୍ଥିତ ବିଧାୟକ ଗୋଷ୍ଠୀ ସହ ରାଜଭବନରେ ପହଞ୍ଚି ଅତି ନାଟକୀୟ ଭାବେ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ଅଜିତ । ଅଜିତ କ୍ୟାମ୍ପର ସମର୍ଥିତ ବିଧାୟକ ମଧ୍ୟ ମନ୍ତ୍ରୀ ପଦ ପାଇଛନ୍ତି ।

ବିଜେପିର ମହାରାଷ୍ଟ୍ର ପ୍ରଦେଶ ବିଜେପି ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି, ଏନସିପିର ଅଜିତ ପାୱାର ଏବଂ ତାଙ୍କ ସହଯୋଗୀ ନେତାମାନେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଶାସନକୁ ସମର୍ଥନ କରି ଏନଡିଏରେ ସାମିଲ ହୋଇଛନ୍ତି । ଏହି ରାଜନୈତିକ ସମୀକରଣ ରାଜ୍ୟକୁ ଆହୁରି ଦୃଢ କରିବ । ଏହି ଘଟଣାକ୍ରମ ପରେ ଏନସିପି ପ୍ରତିଷ୍ଠାତା ମୁଖ୍ୟ ଶରଦ ପାଓ୍ବାରଙ୍କ ପ୍ରତିକ୍ରିୟା ଏଯାଏଁ ସାମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 2, 2023, 3:09 PM IST

ABOUT THE AUTHOR

...view details