ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ରହିଛି ମହାଡ୍ରାମା । ସଙ୍କଟରେ ଠାକରେ ସରକାର । ସୂତା ଖିଅରେ ଝୁଲୁଛି ଉଦ୍ଧବ ଠାକରେଙ୍କ ଭାଗ୍ୟ । ବର୍ତ୍ତମାନ ରାଜନୈତିକ ସଂଙ୍କଟ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି । ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ସମସ୍ତ ବିଧାୟକଙ୍କୁ 5 ବର୍ଷ ଯାଏ, ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାକୁ ପିଟିସନରେ ଦାୟର ହୋଇଛି ।
Maharashtra Political Crisis: ସୁପ୍ରିମକୋର୍ଟ ପହଞ୍ଚିଲା ମହାରାଷ୍ଟ୍ର ବିବାଦ
ସୁପ୍ରିମକୋର୍ଟରେ ପହଞ୍ଚିଛି ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲା । ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି । ଅଧିକ ପଢନ୍ତୁ
କଂଗ୍ରେସ ନେତ୍ରୀ ଜୟା ଠାକୁର ଏହି ପିଟିସନ କରିଛନ୍ତି । ଏଥିରେ ଅଯୋଗ୍ୟ ଘୋଷିତ ଅଥବା ଇସ୍ତଫା ଦେଉଥିବା ବିଧାୟକଙ୍କୁ 5 ବର୍ଷ ଯାଏଁ ନିର୍ବାଚନ ଲଢିବାରୁ ବାରଣ କରିବାକୁ ଅନୁରୋଧ କରାଯାଇଛି । ରାଜନୈତିକ ଦଳଗୁଡିକ ପରିସ୍ଥିତିର ଫାଇଦା ନେଇ ନିର୍ବାଚିତ ସରକାର ପ୍ରତି କ୍ଷତି ପହଞ୍ଚା ଯାଉଛି । ଯାହା ମହାରାଷ୍ଟ୍ରରେ ସଦ୍ୟ ଘଟୁଛି । ଏପରି କରି ସେମାନେ ଦେଶର ଗଣତାନ୍ତ୍ରିକ ଭାବନାକୁ ପ୍ରତିହତ କରୁଛନ୍ତି ବୋଲି ପିଟିସନରେ ଦାୟର ହୋଇଛି । ପିଟିସନରେ 2017ରେ ମଣିପୁର ଓ 2019ରେ ହୋଇଥିବା କର୍ଣ୍ଣାଟକର ଓ 2020ରେ ହୋଇଥିବା ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟ ବିଷୟରେ ଉଲ୍ଲେଖ୍ୟ ରହିଛି ।
ଘନଉଛି ମହାରାଷ୍ଟ୍ର ରାଜନୈତିକ ସଂଙ୍କଟ । ଶିବସେନାର ବିଦ୍ରୋହୀ ବିଧାୟକ ଆସାମ ରାଜଧାନୀ ଗୌହ୍ବାଟୀରେ ଡେରା ପକାଇଛନ୍ତି । ଆଉ ମୁମ୍ବାଇରେ ସରକାର ବଞ୍ଚାଇବା ପାଇଁ ଶିବସେନା, କଂଗ୍ରେସ ଓ ଏନସିପିର ତୁହାକୁ ତୁହା ବୈଠକ ଜାରି ରହିଛି । ଏପଟେ ପଦ ଛାଡିବାକୁ ପ୍ରସ୍ତୁତ ଉଦ୍ଧବ ଠାକରେ । ବୁଧବାର ସନ୍ଧ୍ୟାରେ ସରକାରୀ ବାସଭବନ ଛାଡି ସାରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ର ଶାସନ ପ୍ରଶାସନ ଏକ ପ୍ରକାର ଠପ୍ ହୋଇଯାଇଛି । ଏହି ଖବର ଉପରେ ସାରା ଦେଶର ନଜର ରହିଛି ।