ଓଡିଶା

odisha

Maharashtra Political Crisis: ଫଡନାଭିସ ସିନ୍ଧେ ସାକ୍ଷାତ ଆଲୋଚନା !

By

Published : Jun 25, 2022, 8:28 PM IST

ଆଜି ପଞ୍ଚମ ଦିନରେ ମଧ୍ୟ ମହାରାଷ୍ଟ୍ର ମହାଭାରତ (Maharashtra Political Crisis)ରେ ଜାରି ରହିଛି କ୍ଷମତା ପାଇଁ ଲଢେଇ । ଲଢେଇର ପରିଣାମ କଣ ହେବ ତାହା ସମୟ କହିବ । ହେଲେ ଏହି କ୍ଷମତା ଲଢେଇ ଧୀରେ ଧୀରେ ଆହୁରି ରୋଚକ ହେବାରେ ଲାଗିଛି । ଶିବସେନାକୁ କୌଣସି ମତେ ବଞ୍ଚାଇବା ସହ ସରକାରକୁ ସୁରକ୍ଷିତ ରଖିବ ପାଇଁ ଉଦ୍ଧବ ସଞ୍ଜୟ ଯୋଡି କେତେବେଳେ ଡିଫେନ୍ସ ଖେଳୁଛନ୍ତି ତ କେତେବେଳେ ସିଧା ଲମ୍ବା ସର୍ଟ ମାରୁଛନ୍ତି। ଅଧିକ ପଢନ୍ତୁ

Maharashtra Political Crisis
Maharashtra Political Crisis

ମୁମ୍ବାଇ: ଆଜି ପଞ୍ଚମ ଦିନରେ ମଧ୍ୟ ମହାରାଷ୍ଟ୍ର ମହାଭାରତ (Maharashtra Political Crisis)ରେ ଜାରି ରହିଛି କ୍ଷମତା ପାଇଁ ଲଢେଇ । ଲଢେଇର ପରିଣାମ କଣ ହେବ ତାହା ସମୟ କହିବ । ହେଲେ ଏହି କ୍ଷମତା ଲଢେଇ ଧୀରେ ଧୀରେ ଆହୁରି ରୋଚକ ହେବାରେ ଲାଗିଛି । ଶିବସେନାକୁ କୌଣସି ମତେ ବଞ୍ଚାଇବା ସହ ସରକାରକୁ ସୁରକ୍ଷିତ ରଖିବ ପାଇଁ ଉଦ୍ଧବ ସଞ୍ଜୟ ଯୋଡି କେତେବେଳେ ଡିଫେନ୍ସ ଖେଳୁଛନ୍ତି ତ କେତେବେଳେ ସିଧା ଲମ୍ବା ସର୍ଟ ମାରୁଛନ୍ତି । ଶିବସେନାର ଏହି ଆଭ୍ୟନ୍ତରୀଣ କନ୍ଦଳରେ କିନ୍ତୁ ଏନସିପି କଂଗ୍ରେସ ଫସିଯାଇଛନ୍ତି । ନା ସରକାରରୁ ବାହାରି ପାରୁଛନ୍ତି ନା ସରକାର ସପକ୍ଷରେ କିଛି କରିପାରୁଛନ୍ତି । କେବଳ ଆମେ ସରକାର ସହ ରହିଛୁ କହି କାମ ସାରି ଦେଇଛନ୍ତି । ଆଉ ବିଦ୍ରୋହୀ ଗୋଷ୍ଠୀ ଏବେ ଆକ୍ରମଣତ୍ମାକ ଢଙ୍ଗରେ ଖେଳିବା ଅପେକ୍ଷା ଖରାପ ବଲକୁ ପ୍ରହାର କରି ଗୁଗୁଲୀକୁ ଡିଫେନ୍ସ କରୁଛନ୍ତି । ଆଉ ବିଜେପି ନିଜ ରଣନୀତିରେ କାଏମ ରହିଛି ।

ବର୍ତ୍ତମାନ ଆସିଥିବା ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ଖୁବଶୀଘ୍ର ବିଜେପି ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ଏଥିପାଇଁ ଗତ ବିଳମ୍ବିତ ରାତ୍ରିରେ ନୂଆ ସରକାର ଗଠନର ଭିତ୍ତିଭୂମି ପଡିଛି । ଆଉ ଏହି ଭିତ୍ତିଭୂମି ପଡିଛି ବଡୋଦରାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (Dvendra fadnavis ) ଓ ଶିବସେନା ବିଦ୍ରୋହୀ ନେତା ଏକନାଥ ସିନ୍ଧେ(Eknath Sindhe) ଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ଯାହାର ପ୍ରମାଣ ମଧ୍ୟ ଏବେ ରହିଛି । କାରଣ ଗତକାଲି ବିଳମ୍ବିତ ରାତିରେ ଦେବେନ୍ଦ୍ର ଫଡନାଭିସ ମୁମ୍ବାଇ ବିମାନ ବନ୍ଦରରୁ ବାହାରୁଥିବାର ଦୃଶ୍ୟ ଏବେ ଭାଇରାଲ ହେଉଛି । କୁହାଯାଉଛି ଏକ ଚାଟାର୍ଡ ଫ୍ଲାଇଟ ଯୋଗେ ଏକନାଥ ବଡୋଦରା ଆସିଥିଲେ । ସେଠି ଫଡନାଭିସ ମଧ୍ୟ ଯାଇଥିଲେ । ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ଯନ୍ତ ଆଲୋଚନା ହୋଇଥିଲା । ଏହାପରେ ଫଡନାଭିସ ମୁମ୍ବାଇ ଫେରିଆସିଥିବା ବେଳେ, ଏକନାଥ ଗୌହ୍ବାଟି ଫେରିଯାଇଥିଲେ ।

ଏହି ବୈଠକରେ ଆଗାମୀ ସରକାର ଗଠନ ପାଇଁ ଚୂଡାନ୍ତ ରଣନୀତି ଉପରେ ମୋହର ଲାଗିଥିବା କୁହାଯାଉଛି । ସୂତ୍ର ଅନୁସାରେ ଖୁବଶୀଘ୍ର ବିଜେପି ବହୁମତ ପ୍ରମାଣ ପାଇଁ ଦାବି କରିବ । ଦଳ ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କୁ ନିବେଦନ କରିବ । ଯୋଜନା ଅନୁସାରେ ଦଳ ଫ୍ଲୋର ଟେଷ୍ଟ ହେଲେ ସରକାର ଆପେ ଆପେ ଭାଙ୍ଗିଯିବ ବୋଲି ବିଜେପି ନେତାଙ୍କୁ ଏକନାଥ ପ୍ରତିଶୃତି ଦେଇଥିବା କୁହାଯାଉଛି ।

ବିଜେପି ଆଉ ସମୟ ନେଇଥିବା କୁହଯାଉଛି । କାରଣ ଦଳ ସରକାର ଗଠନ କରିବ କି ନାହିଁ କେନ୍ଦ୍ରୀୟ ବିଜେପି ନେତା କୌଣସି ସଂକେତ ଦେଇ ନାହାଁନ୍ତି । ଏହାସହ ଦଳ ଚାହୁଁଛି ବିଦ୍ରୋହୀ ବିଧାୟକ ତାଙ୍କର ଶକ୍ତି ଆଉ ବୃଦ୍ଧି କରନ୍ତୁ । ନଚେତ ବିଜେପି ୱେଟ ଆଣ୍ଡ ୱାଚ ନୀତିରେ ରହିବ ।

ଅନ୍ୟପଟେ ଆଜି ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ(Shiv Sena national executive meeting) ଶେଷ ହୋଇଛି । ବୈଠକରେ ବିଦ୍ରୋହୀ ବିଧାୟକଙ୍କ ବିରୋଧୀରେ କାର୍ଯ୍ୟାନୁଷ୍ଠାନ ନେବାର ସମସ୍ତ କ୍ଷମତା ଉଦ୍ଧବଙ୍କୁ କାର୍ଯ୍ୟକାରିଣୀ ଦେଇଛି । ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ପ୍ରସ୍ତୁତ ହେଉଛି । ଏହାସହ 4 ଟି ପ୍ରସ୍ତାବ ମଧ୍ୟ ପାରିତ ହୋଇଛି ।

ABOUT THE AUTHOR

...view details