ଓଡିଶା

odisha

ନୂପୁର ଶର୍ମାଙ୍କ ମିଳୁନି ପତ୍ତା, ଖୋଜୁଛି ମୁମ୍ବାଇ ପୋଲିସ

By

Published : Jun 18, 2022, 7:39 AM IST

ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମା ହଠାତ କେଉଁ ଆଡେ ଉଭାନ ହୋଇଯାଇଛନ୍ତି । ଧାର୍ମିକ ବିବାଦୀୟ ମନ୍ତବ୍ୟ ପରେ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଥିଲା । କିନ୍ତୁ ତାଙ୍କର କୌଣସି ପତ୍ତା ମିଳୁନଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

mumbai police says nupur sharma not found
ନୂପୁର ଶର୍ମାଙ୍କ ମିଳୁନି ପତ୍ତା, ଖୋଜୁଛି ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ: ବିଜେପିରୁ ନିଲମ୍ବିତ ନେତ୍ରୀ ନୂପୁର ଶର୍ମା (Nupur Sharma) ହଠାତ କେଉଁ ଆଡେ ଉଭାନ ହୋଇଯାଇଛନ୍ତି । ଧାର୍ମିକ ବିବାଦୀୟ ମନ୍ତବ୍ୟ ପରେ ଗତ ମେ 28ରେ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ(Mumbai Police) ଏକ ମାମଲା ରୁଜୁ କରିଥିଲା । ପୋଲିସର ଏକ ଟିମ ତାଙ୍କୁ ପଚରାଉଚରା କରିବାକୁ ଦିଲ୍ଲୀ ଆସିଥିଲା । କିନ୍ତୁ ତାଙ୍କର କୌଣସି ପତ୍ତା ମିଳୁନଥିବା ସୂଚନା ମିଳିଛି । ଗତ ପାଞ୍ଚଦିନ ଧରି ମୁମ୍ବାଇ ପୋଲିସ ନୂପୁର ଶର୍ମାଙ୍କୁ ଖୋଜୁଛି ।

କିନ୍ତୁ ଏପର୍ଯ୍ୟନ୍ତ ପାଇନାହିଁ । ତେବେ ତାଙ୍କୁ ଗିରଫ କରିବା ଲାଗି ମୁମ୍ବାଇ ପୋଲିସ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି । ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ନେଇ ନୂପୁର ଶର୍ମାଙ୍କୁ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ସମନ ଜାରି କରିବାରେ ଲାଗିଛି ଏକାଧିକ ପୋଲିସ । ସେହି କ୍ରମରେ କୋଲକାତା ପୋଲିସ ତାଙ୍କୁ ସମନ ଜାରି କରିଛି ।

ଜୁନ 20ରେ ସେ କୋଲକାତାର ନାରକେଲଦଙ୍ଗା ପୋଲିସ ଷ୍ଟେସନରେ ହାଜର ହୋଇ ମାମଲାରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ରହିଛି । ଦିଲ୍ଲୀ ପୋଲିସ ମଧ୍ୟ ନୂପୁରଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏଭଳିକି ବିଭିନ୍ନ ଦେଶରେ ମଧ୍ୟ ତାଙ୍କ ଗିରଫ ନେଇ ପ୍ରତିବାଦ ଜୋର ଧରିଛି ।

ABOUT THE AUTHOR

...view details