ନୂଆଦିଲ୍ଲୀ:ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲ୍ଲିକଙ୍କୁ ଝଟକା । ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ(SC rejects bail plea of nawab malik) । ଶୁକ୍ରବାର ସୁପ୍ରିମକୋର୍ଟ ନୱାବ ମଲ୍ଲିକଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି । ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନସିପି ନେତାଙ୍କ ଜାମିନ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି ଏବଂ ମାର୍ଚ୍ଚ ୧୫ରେ ବମ୍ବେ ହାଇକୋର୍ଟ ଦେଇଥିବା ଆଦେଶରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି ।
Money Laundering Case: ସୁପ୍ରିମକୋର୍ଟରେ ମନ୍ତ୍ରୀ ନୱାବ ମଲ୍ଲିକଙ୍କ ଜାମିନ ଖାରଜ - ନୱାବ ମଲ୍ଲିକଙ୍କ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ
ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକଙ୍କ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ । ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଛନ୍ତି ମଲ୍ଲିକ । ଅଧିକ ପଢନ୍ତୁ
Money Laundering Case: ସୁପ୍ରିମକୋର୍ଟରେ ମନ୍ତ୍ରୀ ନୱାବ ମଲ୍ଲିକଙ୍କ ଜାମିନ ଖାରଜ
ଏଥିସହିତ ନୱାବ ମଲ୍ଲିକଙ୍କ ନ୍ୟାୟିକ ହେପାଜତର ଅବଧି ମେ ୬ ଯାଏଁ ବୃଦ୍ଧି କରାଯାଇଛି । କହିରଖୁଛି କି, ପୂର୍ବରୁ ବମ୍ବେ ହାଇକୋର୍ଟରେ ମଲ୍ଲିକଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ ହୋଇଥିଲା । ଅଣ୍ଡର ୱାର୍ଲ୍ଡ ଡନ ଦାଉଦ୍ ଇବ୍ରାହିମର ପରିବାର ଠାରୁ ଜମି କିଣିବା ଅଭିଯୋଗରେ ଗତ ଫେବୃୟାରୀ ୨୩ ତାରିଖରେ ସେ ଗିରଫ ହୋଇଥିଲେ । ଶୁକ୍ରବାର ଇଡି ତାଙ୍କ ବିରୁଦ୍ଧରେ ୫୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଥିଲା ।
@ANI