ମୁମ୍ବାଇ:ଜାରି ରହିଥିବା ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । କିଛି ହାତ ଗଣତି ନେତାଙ୍କୁ ଛାଡିଦେଲେ ଉଦ୍ଧବଙ୍କ ଶିବିର ଯେତିକି ଖାଁ ଖାଁ ହେବାରେ ଲାଗିଛି, ଅନୁପୂର ଭାବେ ବିଦ୍ରୋହୀ ସିନ୍ଧେଙ୍କ କ୍ୟାମ୍ପ ମଧ୍ୟ ସେତିକି ଶକ୍ତିଶାଳୀ ହେବାରେ ଲାଗିଛି । ଘଟଣାର କ୍ରମବିକାଶଃରେ ଆଜି ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ସୁରଟରୁ ଗୌହାଟୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
ଗତ କିଛି ଦିନ ହେବ ସୁରଟରେ ଥିବା ସାମନ୍ତ ଆଜି ଏକ ଚାଟାର୍ଡ ଫ୍ଲାଇଟରେ ଗୌହାଟୀ ଅଭିମୁଖେ ଉଡାଣ ଭରିଛନ୍ତି । ତାଙ୍କ ସହ ରତ୍ନଗିରି ଜିଲ୍ଲାର ଜଣେ ବିଧାୟକ ମଧ୍ୟ ଗୌହାଟୀ ଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଉଦୟ ସାମନ୍ତଙ୍କୁ ମିଶାଇ ବର୍ତ୍ତମାନ ସିନ୍ଧେଙ୍କ ଗୋଷ୍ଠୀର ଶିବସେନା ବିଧାୟକଙ୍କ ସଂଖ୍ୟା 39ରେ ପହଞ୍ଚିବାକୁ ଯାଉଛି ।