ମୁମ୍ବାଇ:ରାଜ୍ୟସଭା ନିର୍ବାଚନରେ ଭୋଟ ଦେବାରୁ ବଞ୍ଚିତ ହେଲେ NCP ନେତା ନଓ୍ବାବ ମଲ୍ଲିକ । ଭୋଟ ଦେବାକୁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ନଓ୍ବାବ ମଲ୍ଲିକ ଓ ଅନିଲ ଦେଶମୁଖ । ନଓ୍ବାବ ମଲ୍ଲିକଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ବମ୍ବେ ହାଇକୋର୍ଟର ଜଷ୍ଟିସ୍ ଭାରତୀ ଡଙ୍ଗାରେ ଖଣ୍ଡପୀଠ । ଏହାପୂର୍ବରୁ ମଧ୍ୟ ଉଭୟଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ବର୍ତ୍ତମାନ ହାଇକୋର୍ଟରେ କରାଯାଇଥିବା ଜାମିନ ଆବେଦନ କୌଣସି ନୂଆ ତଥ୍ୟ ନଥିଲା ବୋଲି କହିଛନ୍ତି ଜଷ୍ଟିସ୍ ଭାରତୀ ଡଙ୍ଗାରେ ଖଣ୍ଡପୀଠ ।
NCPର ଦୁଇ ନେତା ଅନୀଲ ଦେଶମୁଖ୍ ଓ ନବାବ ମଲିକ ଉଭୟ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ହେଲେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ଏହାପରେ ଉଭୟ ବମ୍ବେ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ନୱାବ ମଲ୍ଲିକଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଅନିଲ ଦେଶମୁଖଙ୍କ ଜାମିନ ଆବେଦନ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ବର୍ତ୍ତମାନ ଜେଲ୍ରେ ଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନସପି ନେତା ଅନିଲ ଦେଶମୁଖ ଓ ନଓ୍ବାବ ମଲ୍ଲିକ ।