ମୁମ୍ବାଇ:ଅର୍ଥ ହେରଫେର ମାମଲାରେ ରିମାଣ୍ଡରେ ଥିବା ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲ୍ଲିକ ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁମ୍ବାଇର ଜେଜେ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଶୁକ୍ରବାର ED ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ହସ୍ପିଟାଲ ନେଇଥିଲେ । ତେବେ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି ହେବାକୁ ପଡ଼ିଛି ।
ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ ଇବ୍ରାହିମ୍ଙ୍କ ଅର୍ଥ ହେରଫେର ମାମଲାରେ ତାଙ୍କୁ ମାର୍ଚ୍ଚ ୩ ତାରିଖ ଯାଏଁ ରିମାଣ୍ଡରେ ଆଣିଛି ED । ମୁମ୍ବାଇର ଏକ କୋର୍ଟ ତାଙ୍କୁ ୭ ଦିନ ରିମାଣ୍ଡରେ ପଠାଇଛନ୍ତି । କୋର୍ଟରେ ED ନବାବ ମଲ୍ଲିକଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କିରଥିଲା ।