ଓଡିଶା

odisha

ETV Bharat / bharat

ଲୁଟେରାକୁ ଧରିଲେ ମନ୍ତ୍ରୀ: ନିର୍ଧୁମ ଛେଚିଲେ ପରେ ପୋଲିସରେ ଦେଲେ

ପୂଜା ଚାଲିଥିବା ବେଳେ ଦାଦା ଭୁଷ୍‌ ନାମକ ମନ୍ତ୍ରୀଙ୍କ ବଙ୍ଗଳା ଭିତରକୁ ପଶି ଆସିଥିଲା ଏକ ଲୁଟେରା । ଘରେ ପଶି ବନ୍ଧୁକ ମୁନରେ ଟଙ୍କା ଓ ଗହଣା ଦେବାକୁ ଧମକାଇଥିଲା ଲୁଟେରା । ଅଧିକ ପଢ଼ନ୍ତୁ

By

Published : Oct 25, 2022, 10:26 PM IST

Maharashtra Minister Dada Bhuse catches a Lootera red hand and handed over to police
ଲୁଟେରାକୁ ଧରିଲେ ମନ୍ତ୍ରୀ: ନିର୍ଧୁମ ଛେଚିଲେ ପରେ ପୋଲିସରେ ଦେଲେ

ମୁମ୍ବାଇ: ମହାରାଷ୍ଟ୍ରର ମେଲାଗାଓଁ ଜିଲ୍ଲାରେ ଲୁଟ୍‌ କରିବାକୁ ଆସିଥିବା ଲୁଟେରାକୁ ଧରିଲେ ମନ୍ତ୍ରୀ । କଲେକ୍ଟର ପଟ୍ଟା ଅଞ୍ଚଳରେ ମାଆ ଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ଦାଦା ଭୁଷ୍‌ ନାମକ ମନ୍ତ୍ରୀଙ୍କ ବଙ୍ଗଳା ଭିତରକୁ ପଶି ଆସିଥିଲା ଏକ ଲୁଟେରା । ଘରେ ପଶି ବନ୍ଧୁକ ମୁନରେ ଟଙ୍କା ଓ ଗହଣା ଦେବାକୁ ଧମକାଇଥିଲା ଲୁଟେରା ।

ତେବେ କୌଶଳମତେ ମନ୍ତ୍ରୀ ଦାଦା ଭୁଷ୍‌ ଲୁଟେରାକୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଏନେଇ ସୂଚନା ପାଇବା ସେଠାରେ ସ୍ଥାନୀୟ ଲୋକେ ମଧ୍ୟ ପହଞ୍ଚି ଯାଇଥିଲେ । ଲୋକଙ୍କ ଭିଡ଼ ଜମିବା ପରେ ଲୁଟେରାକୁ ଆତ୍ମସମର୍ପଣ କରିବାକୁ କହିଥିଲେ ମନ୍ତ୍ରୀ ଦାଦା ଭୁଷ୍‌ । ତେବେ ଏହାକୁ ମାନି ନଥିଲା ଲୁଟେରା । ଲୁଟେରାକୁ ଦେଖି କ୍ରୋଧାନ୍ବିତ ଲୋକେ କାବୁ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ ।

ପ୍ରବଳ ମାଡ଼ ଦେବାପରେ ଲୁଟେରାକୁ ପୋଲିସ ଜିମାରେ ଦେଇଥିଲେ ମନ୍ତ୍ରୀ ଓ ସ୍ଥାନୀୟ ଲୋକେ । ପୋଲିସ ଲୁଟେରାକୁ ଗିରଫ କରିବା ସହ ଏକ ମାମଲା ରୁଜୁ କରିଛି । ଏହାପରେ ଲୁଟେରାକୁ ଡାକ୍ତରଖାନାରେ ଭର୍ତ୍ତି କରାଇଛି । ମନ୍ତ୍ରୀ ଦାଦା ଭୁଷ୍‌ ଲୁଟେରାକୁ ଧରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ମନ୍ତ୍ରୀଙ୍କୁ ସାହାସିକତାକୁ ସମସ୍ତେ ବାଃ ବାଃ କରୁଛନ୍ତି ।

ABOUT THE AUTHOR

...view details