ମୁମ୍ବାଇ: ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ ଯୋଗେ ଗୁରୁବାର ସୂଚନା ଦେଇଛନ୍ତି ।
ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ ରିପୋର୍ଟ ପଜିଟଭି ଆସିଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ବୋଲେ ଟ୍ବିଟରେ ଲେଖିଛନ୍ତି । ତେବେ ସେ ଖୁବଶୀଘ୍ର ସୁସ୍ଥ ହୋଇ ନିଜ କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କୋରୋନା ପରୀକ୍ଷଣ କରିବାକୁ ସେ କହିଛନ୍ତି । ସେ ନିଜ ଟ୍ବିଟରରେ ମରାଠୀ ଭାଷାରେ ନିଜ କୋରୋନା ଆକ୍ରାନ୍ତ ସଂପର୍କରେ ସୂଚନା ଦେଇଛନ୍ତି ।