ନୂଆଦିଲ୍ଲୀ: ରିପବ୍ଲିକ ନ୍ୟୁଜ ଚ୍ୟାନେଲ ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମହାରାଷ୍ଟ୍ର ପୋଲିସର ଗିରଫ ଘଟଣା । ବିନା ନୋଟିସରେ ସାମ୍ବାଦିକଙ୍କ ଘରେ ପଶି ଜୋର ଜବରଦୋସ୍ତ ଉଠାଇ ନେଇଛି ପୋଲିସ । ଯାହାକୁ କଡା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସେ ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କରିଛନ୍ତି ।
ମହାରାଷ୍ଟ୍ରରେ ସାମ୍ବାଦିକଙ୍କ ସହିତ ଏପରି କରିବା ଠିକ ହୋଇନାହିଁ । 11975 ମସିହାରେ ମଧ୍ୟ ଏହି ପରି ଭାବରେ ସାମ୍ବାଦିକଙ୍କ ସ୍ବାଧୀନତା ଛଡାଇ ନିଆଯାଇଥିଲା ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ବିଟ କରି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଅର୍ଣ୍ଣବ ଗୋସ୍ବାମୀଙ୍କ ସମର୍ଥନରେ ବାହାରିଛନ୍ତି ।