ମୁମ୍ବାଇ:ମହାରାଷ୍ଟ୍ର ଔରଙ୍ଗାବାଦ ସ୍ଥିତ ଔରଙ୍ଗଜେବଙ୍କ ସମାଧିକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ବିବାଦ ଏବେ ସତାରା ସ୍ଥିତ ଅଫଜଲ ଖାନଙ୍କ ସମାଧି ନିକଟରେ ପହଞ୍ଚିଛି । ଏହାକୁ ନେଇ ରାଜ୍ୟ ସରକାର ସତାରା ଜିଲ୍ଲା ସ୍ଥିତ ଅଫଜଲ ଖାନଙ୍କ ସମାଧି ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି । 102 ବାଟାଲିୟନ ଫୋର୍ସ ସେଠାରେ ମୁତୟନ ହେବା ସହିତ 50 ଯବାନ ଓ 15 କ୍ୟୁଆରଟି ଯବାନ ଫଜଲ ଖାନଙ୍କ ସମାଧିକୁ ସୁରକ୍ଷା ଦେଉଛନ୍ତି ।
ସୂଚନାଅନୁସାରେ, ଅଫଜଲ ଖାନଙ୍କ ସମାଧି ସତାରା ଜିଲ୍ଲା ପ୍ରତାପଗଡର ଲହଲଟିରେ ରହିଛି । 2005ରୁ ସେଠି ସମାଧି ରହିଛି । ଏହି ସମାଧିର ସୁରକ୍ଷା ମହାବଳେଶ୍ବର ପୋଲିସ ଏବଂ ନାଭି ମୁମ୍ବାଇ ରାପିଡ ଆକ୍ସନ ଫୋର୍ସର ଯବାନଙ୍କ ନୀରକ୍ଷଣରେ ରହିଛି । ମଇ 1ରେ ଔରଙ୍ଗାବାଦରେ ଏକ ରାଲି କରିଥିଲେ ଏମଏନଏସ ମୁଖ୍ୟ ରାଜ ଠାକରେ । ଏହି ସମୟରେ ସେ କହିଥିଲେ ଅଫଜାଲ ଖାନଙ୍କୁ ଛତ୍ରପତି ଶିବାଜୀଙ୍କ ଦ୍ବାରା ହତ୍ୟା କରାଯାଇଥିଲା । ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ତାଙ୍କ ସମାଧିରେ ଫୁଲ ମାଳ ଚଢାଉଛି । ମହାରାଷ୍ଟ୍ର ସରକାର ଚୁପଚାପ ବସିଛି । ଯଦି ମହାରାଷ୍ଟ୍ର ସରକାର ଏହି ସମାଧିକୁ ନ ଭାଙ୍ଗେ ଏମଏନଏସ ପାର୍ଟି ଏହାକୁ ଭାଙ୍ଗିବାକୁ ଟିକେ ଡେରି କରିବ ନାହିଁ ।