ମୁମ୍ବାଇ: କୋରୋନାରେ ଆକ୍ରାନ୍ତ ହେଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀ । ସରକାରୀ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଭଗତ ସିଂଙ୍କ କୋରୋନା ଲକ୍ଷଣ ଦେଖାଦେଇଛି । ବର୍ତ୍ତମାନ ତାଙ୍କୁ ଦକ୍ଷିଣ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ କୋରୋନା - ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀ
କୋରୋନାରେ ଆକ୍ରାନ୍ତ ହେଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀ । ସରାକାରୀ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ
maharashtra governor bhagat singh koshyari tested covid positive
ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, 80 ବର୍ଷୀୟ ଭଗତ ସିଂ କୋଶୟାରୀ ସର୍ବସାଧାରଣ କାର୍ଯ୍ୟକ୍ରମରେ ସର୍ବଦା ମାସ୍କ ବ୍ୟବହାର କରୁଥିବା ସତ୍ତ୍ବେ ଆଜି ସେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଉଦ୍ଧବ ସରକାର ସଙ୍କଟ ଦେଇ ଗତି କରୁଥିବାବେଳେ ଏନେଇ ଶିବସେନା ମନ୍ତ୍ରୀ ଏକନାଥ ସିନ୍ଧେ 40 ଦଳୀୟ ବିଧାୟକଙ୍କ ସହ ସମର୍ଥନ ନେଇ ରାଜ୍ୟପାଳ ଭଗତ ସିଂ ଭେଟିବାର ଆଶା କରାଯାଉଥିଲା ।