ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସରକାରୀ ବିମାନ ଦେଲେନି ଉଦ୍ଧବ ସରକାର - ମହାରାଷ୍ଟ୍ର ରାଜ୍ୟପାଳ

ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶୟାରୀ ହିମାଚଳ ପ୍ରଦେଶର ଜଲି ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିଛନ୍ତି । ପଢନ୍ତୁ ଅଧିକ....

ଡେରାଡୁନରେ ପହଞ୍ଚିଲେ ମହାରାଷ୍ଟ୍ର ରାଜ୍ୟପାଳ , ହେଲିକପ୍ଟର ଦେବାକୁ ମନା କଲେ ମହାରାଷ୍ଟ୍ର ସରକାର
ଡେରାଡୁନରେ ପହଞ୍ଚିଲେ ମହାରାଷ୍ଟ୍ର ରାଜ୍ୟପାଳ , ହେଲିକପ୍ଟର ଦେବାକୁ ମନା କଲେ ମହାରାଷ୍ଟ୍ର ସରକାର

By

Published : Feb 11, 2021, 9:56 PM IST

ଡେରାଡୁନ: ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ଉତ୍ତରାଖଣ୍ଡ ଗସ୍ତକୁ ନେଇ ଦେଖାଦେଇଛି ବିବାଦ । ରାଜ୍ୟପାଳଙ୍କ ଗସ୍ତ ପାଇଁ ସରକାରୀ ହେଲିକପ୍ଟର ବ୍ଯବହାର କରିବା ଉପରେ କଟକଣା ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ତେଣୁ ବାଧ୍ୟ ହୋଇ ରାଜ୍ୟପାଲ କୋଶୟାରୀ ଓ ତାଙ୍କ ଟିମ ଘରୋଇ ବିମାନରେ ଉତ୍ତରାଖଣ୍ଡ ଜଲି ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିଛନ୍ତି। ବର୍ତ୍ତମାନ ରାଜ୍ୟପାଳ କୋଶୟାରୀ ଡେରାଡୁନରେ ଥିବା ତାଙ୍କ ବାସଭବନରେ ପହଞ୍ଚିଥିବା ଜଣାପଡିଛି । ପରେ ତାଙ୍କର ମସୁରୀ ଗସ୍ତ କାର୍ଯ୍ୟକ୍ରମ ରହିଛି ।

ଡେରାଡୁନରେ ପହଞ୍ଚିଲେ ମହାରାଷ୍ଟ୍ର ରାଜ୍ୟପାଳ , ହେଲିକପ୍ଟର ଦେବାକୁ ମନା କଲେ ମହାରାଷ୍ଟ୍ର ସରକାର

ଘଟଣାରୁ ପ୍ରକାଶ ଯେ ମହାରାଷ୍ଟ୍ର ସରକାର ଭଗତ ସିଂ କୋଶୟାରୀଙ୍କୁ ସରକାରୀ ହେଲିକପ୍ଟର ଦେବାକୁ ମନା କରି ଦେଇଛନ୍ତି। ବୁଧବାର ରାତି ପ୍ରାୟ 9 ଟା ସମୟରେ ଏହି ଘଟଣା ଘଟିଥିବା ସୂଚନା ରହିଛି । ରାଜ୍ୟପାଳ ଓ ତାଙ୍କ ସହଯୋଗୀ ସରକାରୀ ହେଲିକପ୍ଟର ଯୋଗେ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ତାଙ୍କୁ ଉକ୍ତ ହେଲିକପ୍ଟର ବ୍ୟବହାର ଅନୁମତି ରାଜ୍ୟ ସରକାର ଦେଇନଥିଲେ । ତେବେ ଏହାର କାରଣ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ଫଳରେ ଏହା ପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଏକ ସ୍ପାଇସ୍ ଜେଟ୍ ବିମାନ ଯୋଗେ ଜଲି ଗ୍ରାଣ୍ଟ ବିମାନବନ୍ଦରର ଅଭିମୁଖେ ଗସ୍ତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କୋଶୟାରୀ ମସୁରୀର ଏଲବିଏସ୍ ଏକାଡେମୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ସେ ହିମାଚଳ ଗସ୍ତ କରିଛନ୍ତି। ଶୁକ୍ରବାର ଦିନ ମସୁରୀର ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ରାଜ୍ୟପାଳ ଏକ ସରକାରୀ ସମାରୋହରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details