ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ସରକାରଙ୍କ ଆଦେଶ, ସରକାରୀ କର୍ମଚାରୀ ପିନ୍ଧି ପାରିବେନି ଜିନ୍ସ ଟି-ସାର୍ଟ - ମହାରାଷ୍ଟ୍ର ସରକାର

ରାଜ୍ୟ ସଚିବାଳାୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳରେ କର୍ମଚାରୀଙ୍କ ଜିନ୍ସ ଓ ଟି-ସାର୍ଟ ପିନ୍ଧିବା ଉପରେ ମହାରାଷ୍ଟ୍ର ସରକାର ଲଗାଇଛନ୍ତି ପ୍ରତିବନ୍ଧକ । ଅଧିକ ପଢନ୍ତୁ...

ମହାରାଷ୍ଟ୍ର ସରକାରଙ୍କ ଆଦେଶ, ସରକାରୀ କର୍ମଚାରୀ ପିନ୍ଧି ପାରିବେନି ଜିନ୍ସ ଟି-ସାର୍ଟ
ମହାରାଷ୍ଟ୍ର ସରକାରଙ୍କ ଆଦେଶ, ସରକାରୀ କର୍ମଚାରୀ ପିନ୍ଧି ପାରିବେନି ଜିନ୍ସ ଟି-ସାର୍ଟ

By

Published : Dec 11, 2020, 6:34 PM IST

ମୁମ୍ବାଇ: ଅଫିସରେ ସରକାରୀ କର୍ମଚାରୀ କିଭଳି ଓ କେଉଁ ଢଙ୍ଗରେ ପୋଷାକ ପରିଧାନ କରିବେ ଏହାର ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟ ସଚିବାଳାୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଜିନ୍ସ ଓ ଟି-ସାର୍ଟ ପିନ୍ଧିବା ଉପରେ ମହାରାଷ୍ଟ୍ର ସରକାର ଲଗାଇଛନ୍ତି ପ୍ରତିବନ୍ଧକ ।

ସରକାରୀ କର୍ମଚାରୀଙ୍କ ଡ୍ରେସ କୋଡ୍‌ ଉପରେ ଶୁକ୍ରବାର ଏକ ନିର୍ଦେଶନାମା ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ସମସ୍ତ ସରକାରୀ କର୍ମଚାରୀ ଓ କଣ୍ଟ୍ରାକଚୁଆଲ ଷ୍ଟାଫ୍‌ମାନଙ୍କୁ ଜିନ୍ସ ପ୍ୟାଣ୍ଟ୍‌ ଏବଂ ଟି-ସାର୍ଟ ପନ୍ଧି ଅଫିଲ ନ ଆସିବାକୁ ଆଦେଶ ଦିଆଯାଇଛି ।

ଆଦେଶ ଅନୁଯାୟୀ ଏବେଠୁ ସରକାରୀ କର୍ମଚାରୀମାନେ ଜିନ୍ସ-ଟି-ସାର୍ଟ ବଦଳରେ ଫର୍ମାଲ ପୋଷାକ ପରିଧାନ କରି ଅଫିସ ଆସିବାକୁ ବାଧ୍ୟ । କାରଣ ଏହା ଦ୍ବାରା ସେମାନେ ପ୍ରଫେସନାଲ ଦେଖାଯିବେ ବୋଲି ନିର୍ଦେଶନାମାରେ କୁହାଯାଇଛି ।

ଗତବର୍ଷ ବିହାର ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଧିଷ୍ଟ ଡ୍ରେସ କୋର୍ଡ ଜାରି କରିଥିଲେ । ଅଫିସରେ କିଛି କର୍ମଚାରୀ କାଜୁଆଲ ଡ୍ରେସ ପିନ୍ଧି ଆସୁଥିବାରୁ ଏହା ଅଫିସ ପରମ୍ପରାରର ବିରୁଦ୍ଧ ବୋଲି ଦର୍ଶାଇଥିଲେ ବିହାର ସରକାର ।

ସେହିପରି ତାମିଲନାଡୁ ସରକାର ମଧ୍ୟ ରାଜ୍ୟର ସରକାରୀ କର୍ମଚାରୀଙ୍କୁ କାଜୁଆଲ ଡ୍ରେସ ବଦଳରେ ଭାରତୀୟ ଓ ତାମିଲ ପରମ୍ପରାର ପୋଷାକ ପରିଧାନ କରି ଅଫିସ ଆସିବାକୁ ନିର୍ଦେଶ ଦେଇଥିଲେ । ଏହି ନିର୍ଦେଶ ଅନୁଯାୟୀ ତାମିଲନାଡୁ ସରକାରୀ ଅଫିସରେ ମହିଳା କର୍ମଚାରୀଙ୍କ ପାଇଁ ସାଢୀ କିମ୍ବା ସାଲୱାର ଏବଂ ପୁରୁଷ କର୍ମଚାରୀଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ କିମ୍ବା ଧୋତି ବାଧ୍ୟତାମୂଳକ ରହିଛି ।

2018 ଜୁନରେ ରାଜସ୍ଥାନର ଶ୍ରମ ବିଭାଗ ସେମାନଙ୍କ କର୍ମଚାରୀଙ୍କ ପାଇଁ ଜିନ୍ସ ଓ ଟି-ସାର୍ଟ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

2013ରେ କର୍ଣ୍ଣାଟକ ସରକାର ମଧ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଜାରି କରିଥିଲେ ଡ୍ରେସକୋର୍ଡ । ଅନ୍ୟପକ୍ଷେ ମହିଳା କର୍ମଚାରୀଙ୍କ ପାଇଁ ସ୍କର୍ଟ, ଟି-ସାର୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ସେହିପରି ପୁରୁଷ କର୍ମଚାରୀଙ୍କୁ ଟି-ସାର୍ଟ ନ ପିନ୍ଧିବାକୁ ଦିଆଯାଇଥିଲା ନିର୍ଦେଶ ।

ABOUT THE AUTHOR

...view details