ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ଦାଉ ସାଧୁଛି ବନ୍ୟା, ସ୍ଥିତି ଭୟାବହ - maharastra flood update

ମହାରାଷ୍ଟ୍ରରେ ଗତ କିଛି ଦିନରୁ ହେଉଥିବା ଲଗାଣ ବର୍ଷା ଯୋଗୁଁ ଗାଁଠୁ ସହର ଚାରିଆଡେ ବନ୍ୟା ବିପର୍ଯ୍ୟୟ । ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ପ୍ରବଳ ବର୍ଷା, ଭୁସ୍ଖଳନ ଓ ବନ୍ୟା କାରଣ ୧୧୩ ଜଣଙ୍କ ଜୀବନ ଯାଇସାରିଲାଣି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଦାଉ ସାଧୁଛି ବନ୍ୟା, ସ୍ଥିତି ଭୟାବହ
ମହାରାଷ୍ଟ୍ରରେ ଦାଉ ସାଧୁଛି ବନ୍ୟା, ସ୍ଥିତି ଭୟାବହ

By

Published : Jul 25, 2021, 9:17 PM IST

ମୁମ୍ବାଇ: ଗୋଟିଏ ପଟେ ମହାମାରୀର ଭୟାବହତା, ଅନ୍ୟପଟେ ବନ୍ୟା ବିଭୀଷିକା । ପ୍ରକୃତିର କରାଳ ରୂପକୁ ସାମ୍ନା କରୁଥିବା ମହାରାଷ୍ଟ୍ର ଏବେ ସଙ୍କଟର ସ୍ଥିତି ଦେଇ ଗତି କରୁଛି । ମହାରାଷ୍ଟ୍ରରେ ଗତ କିଛି ଦିନରୁ ହେଉଥିବା ଲଗାଣ ବର୍ଷା ଯୋଗୁଁ ଗାଁଠୁ ସହର ଚାରିଆଡେ ବନ୍ୟା ବିପର୍ଯ୍ୟୟ ।

ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ପ୍ରବଳ ବର୍ଷା, ଭୁସ୍ଖଳନ ଓ ବନ୍ୟା କାରଣ ୧୧୩ ଜଣଙ୍କ ଜୀବନ ଯାଇସାରିଲାଣି । ସେପଟେ ୯୯ ଜଣ ଏବେ ବି ନିଖୋଜ ଅଛନ୍ତି । ଏନଡିଆରଏଫ, ଏସଡିଆରଏଫ ଓ ସେନାର ଯବାନ ଦିନରାତି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ବନ୍ୟାର ସର୍ବାଧିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି । କୋଙ୍କଣର ରାଇଗଡ ଜିଲ୍ଲାର ୩ଟି ସ୍ଥାନରେ ହୋଇଥିବା ଭୁସ୍ଖଳନ ଘଟଣାରେ ଅନେକ ଘର ମାଟିରେ ମିଶିଯାଇଛି । କେବଳ ମହାଡର ତଳିଆ ଅଞ୍ଚଳରେ ଥିବା ଗାଁରେ ହୋଇଥିବା ଭୁସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୫୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇସାରିଛି । ଅନ୍ୟପକ୍ଷେ ୫୩ ଜଣ ନିଖୋଜ ଅଛନ୍ତି । ଘଟଣାରେ ୩୩ ଜଣ ଗୁରୁତର ଥିବା କୁହାଯାଉଛି ।

ରାଜ୍ୟର ବିପର୍ଯ୍ୟୟ ପରିଚାଳନା କଣ୍ଟ୍ରୋଲ ରୁମର ମିଳିଥିବା ସୂଚନା ଅନୁଯାୟୀ, ରାଇଗଡ, ରତ୍ନାଗିରି, ସାଙ୍ଗଲି, ସତରା, କୋହ୍ଲାପୁର, ସିନ୍ଧୁଦୁର୍ଗ ଓ ପୁଣେରୁ ଗତ ୨୪ ଘଣ୍ଟା ଭିତରେ ୧୧୩ ମୃତଦେହ ଉଦ୍ଧାର କରାଯାଇଛି ।

ପଶ୍ଚିମ ମହାରାଷ୍ଟ୍ରର ଆଜି ମଧ୍ୟ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଯାହାଫଳରେ ଫୁଲୁଛି ନଦୀର ଜଳସ୍ତର । ବର୍ଷା ଓ ବନ୍ୟା ବିପର୍ଯ୍ୟୟ ମଧ୍ୟରେ ବର୍ତ୍ତମାନ ସୁଦ୍ଧା 1,35,313 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ଭୁସ୍ଖଳନ ପରେ 3,221 ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି । ସର୍ବାଧିକ ମୃତ୍ୟୁ ସତାରା ଜିଲ୍ଲାରେ ହୋଇଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ସମସ୍ତ ଅଧିକାରୀ ସ୍ଥିତି ଉପରେ ନଜର ରଖିବା ସହ ସ୍ଥିତି ସମୀକ୍ଷା କରୁଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟର ଅଧିକାରୀଙ୍କ ସହ କ୍ରମାଗତ ସମ୍ପର୍କରେ ରହିଛନ୍ତି । ବନ୍ୟା କ୍ଷୟକ୍ଷତି ନେଇ ମହାରାଷ୍ଟ୍ରକୁ ଯଥାସମ୍ଭବ ସାହାଯ୍ୟର ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details