ମୁମ୍ବାଇ:ବଡ଼ ଚାକିରିର ସ୍ବପ୍ନ ନେଇ ଘର ଛାଡ଼ି ସ୍ବପ୍ନ ନଗରୀ ମୁମ୍ବାଇକୁ ଆସିଥିଲେ ଯୁବତୀ । ନୂଆ ନୂଆ ଚାକିରି କରିଥିଲେ । ମୁମ୍ବାଇରେ ଫ୍ଲାଟରେ ରହି ଟ୍ରେନି ଏୟାର ହୋଷ୍ଟେସ ଭାବେ କାର୍ଯ୍ୟ କରୁଥିଲେ । ଟ୍ରେନିଂ ଶେଷ ହୋଇଥିଲେ ଆଉ କିଛି ଦିନ ପରେ ସେ ଜଣେ ତାଲିମପ୍ରାପ୍ତ ଏୟାର ହୋଷ୍ଟେସ୍ ଭାବେ ଦାୟିତ୍ବ ସମ୍ଭାଳିଥାଆନ୍ତେ । ହେଲେ ଆକାଶରେ ଉଡ଼ି ଯାତ୍ରୀଙ୍କୁ ସେବା ଯୋଗାଇବା ପୂର୍ବରୁ ଦୁନିଆକୁ ସେ କହିଛନ୍ତି ଅଲବିଦା । ଏହି ୨୩ ବର୍ଷୀୟ ଏୟାର ହୋଷ୍ଟେସ୍ଙ୍କୁ ତାଙ୍କ ଫ୍ଲାଟରେ ଗଳା କାଟି ହତ୍ୟା କରାଯାଇଛି । ଏନେଇ ପୋୱାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ ମୃତ ଟ୍ରେନି ଏୟାର ହୋଷ୍ଟେସଙ୍କ ନାମ ହେଉଛି ରୁପାଲ ଓଗ୍ରେ । ସେ ଛତିଶଗଡ଼ ରାୟପୁରର ଅଧିବାସୀ । ସେ ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ୨ କିମି ଦୂରରେ ମରୋଲ ଅଞ୍ଚଳରେ ଏକ ଫ୍ଲାଟ୍ ନେଇ ରହୁଥିଲେ । ଆଜି (ସୋମବାର) ସକାଳେ ରୁପାଲଙ୍କ ପିତାମାତା ଝିଅକୁ ଫୋନ୍ କରିଥିଲେ । ହେଲେ ରୁପାଲଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନମିଳିବା ପରେ ଶେଷରେ ପିତାମାତା ତାଙ୍କ ସାଙ୍ଗକୁ ଫୋନ କରି ଝିଅ ସମ୍ପର୍କରେ ବୁଝିବାକୁ କହିଥିଲେ ।
ଏହା ବି ପଢନ୍ତୁ- Telangana: ୨୪ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ହତ୍ୟା, ଭଉଣୀ ଓ ପ୍ରେମିକର ସମ୍ପୃକ୍ତି ଅଭିଯୋଗ