ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ଭିୱାଣ୍ଡିର କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ - କପଡା ଗୋଦାମରେ ଅଗ୍ନିକାଣ୍ଡ

ମହାରାଷ୍ଟ୍ର ଭିୱାଣ୍ଡିର ଏମଆଇଡିସି ଅଞ୍ଚଳରେ ଥିବା କପଡା ଗୋଦାମରେ ଅଗ୍ନିକାଣ୍ଡ । ଅଧିକ ପଢନ୍ତୁ....

କପଡା ଗୋଦାମରେ ଅଗ୍ନିକାଣ୍ଡ
କପଡା ଗୋଦାମରେ ଅଗ୍ନିକାଣ୍ଡ

By

Published : Jan 28, 2021, 12:36 PM IST

ମୁମ୍ବାଇ: ମହାରାଷ୍ଟ୍ର ଭିୱାଣ୍ଡିର ଏମଆଇଡିସି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ଏମଆଇଡିସି ଅଞ୍ଚଳରେ ଥିବା ଗୋଟିଏ କପଡା ଗୋଦାମରେ ଅଚାନକ ନିଆଁ ଲାଗିଯାଇଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

ସୂଚନାଅନୁସାରେ, ଗୁରୁବାର ରାତି ପ୍ରାୟ 2ଟା ସମୟରେ କପଡା ଗୋଦାମଟି ଅଚାନକ ହୁ ହୁ ଜଳିବାକୁ ଲାଗିଥିଲା । ଗୋଦାମରେ ନିଆଁ ଲାଗିବା ମାତ୍ରେ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଗୋଟିଏ ଜମ୍ମୁ ୱାଟର ଟ୍ୟାଙ୍କ ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା ।

ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇ ନଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ । ତେବେ କପଡା ଗୋଦାମରେ ଅଚାନକ କିପରି ନିଆଁ ଲାଗିଲା ତାହା ଜଣାପଡି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details