ଓଡିଶା

odisha

ETV Bharat / bharat

Bharat jodo yatra: ହାଇଦ୍ରାବାଦରେ ମହାରାଷ୍ଟ୍ର କଂଗ୍ରେସ ନେତା ନୀତିନ ରାଓ୍ବତ ଆହତ, ହସ୍ପିଟାଲରେ ଭର୍ତ୍ତି - ନୀତିନ ରାଓ୍ବତ ଆହତ

ଭାରତ ଯୋଡ ଯାତ୍ରାରେ ହାଇଦ୍ରାବାଦରେ ଆହତ ହେଲେ ମହାରାଷ୍ଟ୍ର କଂଗ୍ରେସ ନେତା ନୀତିନ ରାଓତ । ହସ୍ପିଟାଲରେ ଭର୍ତ୍ତି (Maharashtra Ex minister Nitin Raut hospitalised)। ହାଇଦ୍ରାବାଦରେ ପହଞ୍ଚିଛି ଭାରତ ଯୋଡ ଯାତ୍ରା । ଅଧିକ ପଢନ୍ତୁ

Bharat jodo yatra: ହାଇଦ୍ରାବାଦରେ ମହାରାଷ୍ଟ୍ର କଂଗ୍ରେସ ନେତା ନୀତିନ ରାଓ୍ବତ ଆହତ, ହସ୍ପିଟାଲରେ ଭର୍ତ୍ତି
Bharat jodo yatra: ହାଇଦ୍ରାବାଦରେ ମହାରାଷ୍ଟ୍ର କଂଗ୍ରେସ ନେତା ନୀତିନ ରାଓ୍ବତ ଆହତ, ହସ୍ପିଟାଲରେ ଭର୍ତ୍ତି

By

Published : Nov 2, 2022, 4:28 PM IST

ହାଇଦ୍ରାବାଦ:ତେଲେଙ୍ଗାନାରେ ଜାରି ରହିଛି କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ । ତେବେ ଗତକାଲି (ମଙ୍ଗଳବାର) ଏହି ଯାତ୍ରାରେ ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନୀତିନ ରାଉତ ଆହତ ହୋଇଛନ୍ତି (Maharashtra Ex minister Nitin Raut hospitalised)। ତାଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି । ସେ ବର୍ତ୍ତମାନ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି (ମଙ୍ଗଳବାର) ରାତିରେ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଥିବା ତାଙ୍କ ଝିଅ ଦୀକ୍ଷା ନୀତିନ ରାଉତ ସୂଚନା ଦେଇଛନ୍ତି ।

70 ବର୍ଷୀୟ ନୀତିନ ମହାରାଷ୍ଟ୍ର ନାଗପୁର ଉତ୍ତର ବିଧାନସଭା ଆସନରୁ 4 ଥର ବିଧାୟକ ରହିଛନ୍ତି । ତେବେ ମହାରାଷ୍ଟ୍ର କଂଗ୍ରେସର ଜଣେ ପ୍ରମୁଖ ଦଳିତ ଚେହେରା ଭାବେ ସେ ଜଣାଶୁଣା । ସେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହାବିକାଶ ଅଗାଡି ସରକାରରେ ମଧ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳି ଥିଲେ । କଂଗ୍ରେସରୁ ମାତ୍ର 2ଜଣ ଉଦ୍ଧବ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇଥିବା ବେଳେ ସେଥିରେ ସ୍ଥାନ ପାଇଥିଲେ ନୀତିନ ରାଉତ । ତେବେ ଗତକାଲି ହାଇଦ୍ରାବାଦରେ ଭାରତ ଯୋଡ ଯାତ୍ରା ଜାରି ରହିଥିବା ବେଳେ ସେ ଅଂଶଗ୍ରହଣ କରିବା ନିମନ୍ତେ ହାଇଦ୍ରାବାଦ ଆସିଥିଲେ । ପ୍ରବଳ ଭିଡ ମଧ୍ୟରେ ପୋଲିସ ତାଙ୍କୁ ଧକ୍କା ମାରିଥିବା ବେଳେ ତାଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଥିବା ସୂଚନା ମିଳିଛି ।

ନୀତିନ ଏବେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଏକାଧିକ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା ଭେଟି ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଖୁବଶୀଘ୍ର ସୁସ୍ଥ ହୋଇ ସେ ଦଳ ପକ୍ଷରୁ ଆୟୋଜିତ ‘ଭାରତ ଯୋଡ ଯାତ୍ରା’ରେ ଅଂଶଗ୍ରହଣ କରିବା ନେଇ ତାଙ୍କ ଝିଅ ଦୀକ୍ଷା ଟ୍ବିଟ କରି ସୂଚନା ଦେଇଛନ୍ତି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ ବର୍ତ୍ତମାନ ତାମିଲନାଡୁ, କର୍ଣ୍ଣାଟକ, କେରଳ ପରିକ୍ରମା ଶେଷ କରି 4ର୍ଥ ରାଜ୍ୟ ଭାବେ ତେଲେଙ୍ଗାନାରେ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details