ଓଡିଶା

odisha

ETV Bharat / bharat

ବ୍ରିଟେନରୁ ଫେରିବ ଶିବାଜୀଙ୍କ ଆଇକନିକ 'ବାଘ ନଖ', ଅଫଜଲ ଖାଁ ହତ୍ୟା ପାଇଁ କରିଥିଲେ ବ୍ୟବହାର - ଜଗଦମ୍ବା ତଲୱାର

ବ୍ରିଟେନରୁ ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ ଆଇକନିକ 'ବାଘ ନଖ' । ଆସନ୍ତା ଅକ୍ଟୋବର ୧ ତାରିଖରେ ଲଣ୍ଡନ ଯିବେ ମହାରାଷ୍ଟ୍ର ସଂସ୍କୃତି ବ୍ୟାପାର ମନ୍ତ୍ରୀ ସୁଧିର ମୁଙ୍ଗନତିୱାର । ଅଧିକ ପଢ଼ନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 8, 2023, 9:46 PM IST

ମୁମ୍ବାଇ:ବ୍ରିଟେନ୍‌ରୁ ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ ଆଇକନିକ 'ବାଘ ନଖ' । ଏହି ଅସ୍ତ୍ରଟିକୁ ସେ ଅଫଜଲ ଖାଁ (ବିଜେପୁର ସୁଲତାନର ଆଦିଲ ଶାହି ରାଜବଂଶର ସେନାଧିକାରୀ)କୁ ହତ୍ୟା କରିବା ଲାଗି ବ୍ୟବହାର କରିଥିଲେ । ଏହା ଖୁବଶୀଘ୍ର ଭାରତ ଫେରି ସଂଗ୍ରହାଳୟରେ ସ୍ଥାନ ପାଇବ । ଆସନ୍ତା ଅକ୍ଟୋବର ୧ ତାରିଖରେ ମହାରାଷ୍ଟ୍ର ସଂସ୍କୃତି ବ୍ୟାପାର ମନ୍ତ୍ରୀ ସୁଧିର ମୁଙ୍ଗନତିୱାର ଲଣ୍ଡନରୁ ଏହାକୁ ଭାରତ ଫେରାଇ ଆଣିବେ । ଏନେଇ ବ୍ରିଟିଶ ସରକାରଙ୍କଠାରୁ ମନ୍ତ୍ରୀଙ୍କୁ ଏକ ଚିଠି ମିଳିଥିବା ଇଟିଭି ଭାରତକୁ ସେ ସୂଚନା ଦେଇଛନ୍ତି ।

ବ୍ରିଟେନରୁ ଫେରିବ ଶିବାଜୀଙ୍କ ଆଇକନିକ 'ବାଘ ନଖ'

ଏନେଇ ଅଧିକ ସୂଚନା ଦେଇ ମନ୍ତ୍ରୀ ସୁଧିର କହିଛନ୍ତି, "ଶିବାଜୀଙ୍କ ଆଇକନିକ ଅସ୍ତ୍ର ଫେରାଇ ଆଣିବା ଲାଗି ବ୍ରିଟିଶ ସରକାରଙ୍କ ସହିତ ରାଜ୍ୟ ସରକାରଙ୍କ ଆଲୋଚନା ହୋଇଛି । ଏହାସହ ଶିବାଜୀଙ୍କ ଜଗଦମ୍ବା ତଲୱାର ମଧ୍ୟ ଭାରତ ଫେରିବ । ଶିବାଜୀଙ୍କ ବହୁମୂଲ୍ୟ ଏହି ଅସ୍ତ୍ରଶସ୍ତ୍ର ମରାଠୀ ସାମ୍ରାଜ୍ୟ ଲାଗି ବେଶ ଗୁରୁତ୍ବପୂର୍ଣ୍ଣ । ଏହି ଅସ୍ତ୍ର ଅତୀତର କାହାଣୀ ବଖାଣିଥାଏ । ଛତ୍ରପତି ଶିବାଜୀ ହେଉଛନ୍ତି ଲକ୍ଷ ଲକ୍ଷ ମରାଠୀ ଭାଷାଭାଷୀ ଲୋକଙ୍କ ଲାଗି ପ୍ରେରଣାର ଉତ୍ସ । ଏଣୁ ଶିବାଜୀଙ୍କ ଏହି ୨ଟି ଅସ୍ତ୍ରକୁ ଭାରତ ଫେରାଇ ଆଣିବାକୁ ମରାଠୀ ଭାଷାଭାଷୀ ବେଶ ସ୍ବାଗତ କରିଛନ୍ତି ।"

ମରାଠୀଙ୍କ ମହାବୀର ଛତ୍ରପତି ଶିବାଜୀଙ୍କ ଜଗଦମ୍ବା ତଲୱାର

ଏହା ବି ପଢନ୍ତୁ- ମରାଠାଙ୍କ ମହାବୀର ଛତ୍ରପତି ଶିବାଜୀ

ବ୍ରିଟେନ ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିଅମରେ ଶିବାଜୀଙ୍କ ଏହି ୨ଟି ଅସ୍ତ୍ର ବାଘ ନଖ ଓ ଜଗଦମ୍ବା ତଲୱାର ରହିଛି । ଆସନ୍ତା ଅକ୍ଟୋବରରେ ଏହା ଭାରତକୁ ଫେରିବ । ଚଳିତ ବର୍ଷ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକର ୩୫୦ତମ ପୂର୍ତ୍ତି ଅବସରରେ ତାଙ୍କ ପରାକ୍ରମ ସହ ଜଡ଼ିତ ଏହି ୨ ଅସ୍ତ୍ରକୁ ସ୍ବଦେଶ ଅଣାଯିବ । ଅଫଜାଲ ଖାଁକୁ ହତ୍ୟା କରିବା ଲାଗି ବାଘ ନଖର ବ୍ୟବହାର କରିଥିଲେ ଶିବାଜୀ । ଏହାକୁ ସେ ନିଜ ପୋଷାକ ତଳେ ଲୁଚାଇ ରଖୁଥିଲେ ।

ଅଫଜଲ ଖାଁ ଶିବାଜୀଙ୍କୁ ହତ୍ୟା କରିବା ଲାଗି ଏକ ଷଡ଼ଯନ୍ତ୍ର ରଚିଥିଲା । ହେଲେ ନିଜ ଜାଲରେ ଶେଷରେ ନିଜେ ଫସିଥିଲା । ତେବେ ଏହି ଅସ୍ତ୍ର ଆଣିବା ଲାଗି ଆସନ୍ତା ଅକ୍ଟୋବରରେ ବ୍ରିଟେନ ଗସ୍ତ କରିବେ ମହାରାଷ୍ଟ୍ର ସଂସ୍କୃତି ବ୍ୟାପାର ମନ୍ତ୍ରୀ ସୁଧିର ମୁଙ୍ଗନତିୱାର । ଏ ନେଇ ସେ କହିଛନ୍ତି, "ମୁଁ ଅକ୍ଟୋବର ୧ ତାରିଖରେ ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ସହିତ ଲଣ୍ଡନ ଗସ୍ତ କରିବି । ଜଗଦମ୍ବା ତଲୱାର ଆଣିବା ଲାଗି କିଛି ବୈଷୟିକ ତ୍ରୁଟି ରହିଛି । ଏଥିଲାଗି କେନ୍ଦ୍ର ସରକାରଙ୍କ ସହିତ ଆମେ କଥାବାର୍ତ୍ତା ହୋଇଛୁ । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେଲେ ତଲୱାରକୁ ଭାରତ ଅଣାଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details