ମୁମ୍ବାଇ : ମହାରାଷ୍ଟ୍ରରେ ବର୍ଷା ବିତ୍ପାତ ଲାଗି ରହିଥିବାବେଳେ ସ୍ଥିତି ସଙ୍ଗୀନ ରହିଛି । ପ୍ରବଳ ବର୍ଷା ଓ ବନ୍ୟାରେ ମାଟି ଅତଡା ଧସି ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୩୬ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଜଣା ପଡିଥିବାବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାଦ ଅଞ୍ଚଳରେ ଉଦ୍ଧବ ପହଞ୍ଚି ସେଠାକାର ସ୍ଥିତି ସମୀକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟ ମଧ୍ୟ ତଦାରଖ କରିଥିବା ଜଣାପଡିଛି ।
ସେହିପିର ରାୟଗଡ ଜିଲ୍ଲାରେ ଭୁସ୍ଖଳନ ଫଳରେ ୩୬ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ରୁ ଊର୍ଦ୍ଧ୍ବ ବ୍ୟକ୍ତି ଫସି ରହିଥିବା ସୂଚନା ମିଳିଛି । ଉକ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସ୍ଥିତି ସମୀକ୍ଷା ପରେ ଉଦ୍ଧବ କହିଛନ୍ତି ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ରାଶି ଯୋଗାଇ ଦିଆଯିବ । ସେହପରି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।