ଓଡିଶା

odisha

ETV Bharat / bharat

Maharashtra Political Crisis: ସରକାରୀ ବାସଭବନ ଛାଡିଲେ ମୁଖ୍ୟମନ୍ତ୍ରୀ - ସରକାରୀ ବାସଭବନ ଛାଡିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ବୈଠକ କରି ବିଳମ୍ବିତ ରାତିରେ ନିଜ ସରକାରୀ ବାସଭବନ (ବର୍ଷା) ବଙ୍ଗଳା ଛାଡିଛନ୍ତି । ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାଙ୍କ ପତ୍ନୀ ରଶ୍ମୀ ଠାକରେ, ଦୁଇ ପୁଅ ଆଦିତ୍ୟ ଠାକରେ ଓ ତେଜସ୍ବ ଠାକରେ ସରକାରୀ ବାସଭବନ ଛାଡି ନିଜ ବାସଭବନ ମାତୋଶ୍ରୀ(Matoshree)କୁ ସ୍ଥାନାନ୍ତର ହୋଇଛନ୍ତି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ

By

Published : Jun 22, 2022, 10:57 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଂକଟ (Maharashtra political crisis) । ଶିବସେନାର ବିଦ୍ରୋହୀ ବିଧାୟକ ଆସାମ ରାଜଧାନୀ ଗୌହ୍ବାଟିରେ ଡେରା ପକାଇଛନ୍ତି । ଆଉ ମୁମ୍ବାଇରେ ସରକାର ବଞ୍ଚାଇବା ପାଇଁ ଶିବସେନା, କଂଗ୍ରେସ ଓ ଏନସିପିର ଜାରି ରହିଛି ତୁହାକୁ ତୁହା ବୈଠକ । ମହାରାଷ୍ଟ୍ର ଶାସନ ପ୍ରଶାସନ ଏକ ପ୍ରକାର ଠପ ହୋଇଯାଇଛି । ଏହି ଖବର ଉପରେ ସାରା ଦେଶର ନଜର ରହିଛି । ଏହି ସ୍ଥିତି ମଧ୍ୟରେ ରାଜ୍ୟବାସୀଙ୍କୁ ସମ୍ବୋଧିତ ମଧ୍ୟ ଆଜି କରିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ସମ୍ବୋଧିତ ପରେ ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ବୈଠକ କରି ବିଳମ୍ବିତ ରାତିରେ ନିଜ ସରକାରୀ ବାସଭବନ (ବର୍ଷା) ବଙ୍ଗଳା ଛାଡିଛନ୍ତି । ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାଙ୍କ ପତ୍ନୀ ରଶ୍ମୀ ଠାକରେ, ଦୁଇ ପୁଅ ଆଦିତ୍ୟ ଠାକରେ ଓ ତେଜସ୍ବ ଠାକରେ ସରକାରୀ ବାସଭବନ ଛାଡି ନିଜ ବାସଭବନ ମାତୋଶ୍ରୀ(Matoshree)କୁ ସ୍ଥାନାନ୍ତର ହୋଇଛନ୍ତି ।

ତେବେ ବର୍ଷା ବଙ୍ଗଳା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ହୋଇଥିବାବେଳେ, ମୁଖ୍ୟମନ୍ତ୍ରୀ ଥାଇ କାହିଁକି ବର୍ଷା ବଙ୍ଗଳା ଛାଡିଲେ ତାହା ଅସ୍ପଷ୍ଟ । କୁହାଯାଉଛି ଏହା ଉଦ୍ଧବ ଓ ତାଙ୍କ ପରାମର୍ଶଦାତାଙ୍କ ଏକ ରଣନୀତି ବୋଲି ଆଲୋଚନା ହେଉଛି ।

ABOUT THE AUTHOR

...view details