ଓଡିଶା

odisha

ETV Bharat / bharat

Maharashtra Civil Services: ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟତା, ସିଭିଲ ସର୍ଭିସ ପରୀକ୍ଷାରେ ଶ୍ରମିକଙ୍କ ଝିଅର କମାଲ - Maharashtra Civil Services

କଠିନ ପରିଶ୍ରମ ଆଗରେ ହାର ମାନିଛି ଅଭାବ ଅନଟନ । ମୁମ୍ବାଇର ଜଣେ ଶ୍ରମିକଙ୍କ ଝିଅ ମହାରାଷ୍ଟ୍ର ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପରିବାର ପାଇଁ ଗର୍ବ ଆଣିଛନ୍ତି । ଅଧିକ ପଢ଼ନ୍ତୁ

Maharashtra public service examination
ମହାରାଷ୍ଟ୍ର ସିଭିଲ ସର୍ଭିସ ପରୀକ୍ଷା

By

Published : Jan 11, 2023, 5:56 PM IST

ମୁମ୍ବାଇ:ଦୃଢ଼ ଆତ୍ମବିଶ୍ବାସ ଓ ମନୋବଳ ଥିଲେ ସବୁ ସମ୍ଭବ । ନିଜ ଲକ୍ଷକୁ ସଫଳ କରିବାରେ ପରିଶ୍ରମ ହିଁ ଆଗକୁ ବାଟ ଦେଖାଇଥାଏ । ପାଠ ପଢ଼ିବାର ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅଭାବ ଅନଟନ। ଏପରି ଜଣେ ଛାତ୍ରୀ ସଂଘର୍ଷର କାହାଣୀ ଆମେ ଆପଣଙ୍କୁ କହୁଛୁ । ମୁମ୍ବାଇର ଜଣେ ଗରିବ ଶ୍ରେଣୀକ ଛାତ୍ରୀ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

ଏହା ମଧଧ୍ୟ ପଢ଼ନ୍ତୁ:Vintage Car Rally: ଗୁଜୁରାଟରେ ବିଶାଳ ଭିଣ୍ଟେଜ କାର ରାଲି, ବିଶ୍ବକୁ ଦେଲା ଏକତାର ବାର୍ତ୍ତା

ନିକଟରେ ମହାରାଷ୍ଟ୍ର ସିଭିଲ ସର୍ଭିସ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ ମୁମ୍ବାଇର ରୂପାଲି କାପସେ ସଫଳତାର ସହ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ମହିଳା ଇନ୍ସପେକ୍ଟର ଭାବେ ନିୟୋଜିତ ହେବେ । ଏହି ସଫଳତା ପରେ ରୂପାଲିଙ୍କ ଘରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

କିପରି ଥିଲା ରୂପାଲିଙ୍କ ଯାତ୍ରା?

ମୁମ୍ବାଇର ରୂପାଲି କାପସେ, ବାପା ଜଣେ ଦିନ ମଜୁରିଆ । କିନ୍ତୁ ଝିଅ କନିଠ ପରିଶ୍ରମ ବଳରେ ମହାରାଷ୍ଟ୍ର ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇଛନ୍ତି । ତାଙ୍କ ଏହି ସଫଳତା ନେଇ ରୁପାଲି କହିଛନ୍ତି, ଦ୍ବାଦଶ ଶ୍ରେଣୀରେ ପାଠ ପଢ଼ିବା ସମୟରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ମନସ୍ତ କରିଥିଲେ । କିନ୍ତୁ ସେ ବିଟେକ ପଢିବା ସମୟରେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଧରି କୌଣସି ପରୀକ୍ଷା ହୋଇପାରିନଥିଲା । ଏହି ସମୟରେ ସିଭିଲ ସର୍ଭିସ ପରୀକ୍ଷା ପାସ୍‌ କରିବା ତାଙ୍କ ପାଇଁ ସଂଘର୍ଷମୟ ହୋଇଥିବା ରୁପାଲି କହିଛନ୍ତି । ହେଲେ ଏଥିରେ ସେ ଭାଙ୍ଗି ପଡ଼ିନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ପଞ୍ଜାବରେ ପହଞ୍ଚିଲା ଭାରତ ଯୋଡ ଯାତ୍ରା, ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ରାହୁଲ

ନିଜ ମନୋବଳ ଦୃଢ଼ କରି କଠିନ ପରିଶ୍ରମ କରିଥିଲେ । ଘରେ ଆର୍ଥିକ ସମସ୍ୟା ଦେଖାଦେଉଥିଲା । ତଥାପି, ନିଜ ମନୋବଳ ହାରି ନଥିଲେ ରୁପାଲି । ତାଙ୍କ ମାଆ ଅନ୍ୟ ଘରେ କାମ କରୁଥିବା ବେଳେ ବାପା ଜଣେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଅଭାବ ଅନଟନ ମଧ୍ୟରେ ପିଲାଙ୍କୁ ପାଠ ପଢ଼ାଇଥିଲେ ବାପାମାଆ । ରୂପାଲି ବିଟେକ ପଢ଼ିବା ସମୟରେ ବୃତ୍ତି ପାଉଥିଲେ । ତେଣୁ ପଢ଼ା ବାବଦକୁ ସେ ଉକ୍ତ ଟଙ୍କା ଖର୍ଚ୍ଚ କରନ୍ତି । ଅନ୍ୟ ମାନଙ୍କ ଭଳି 10ରୁ 12 ଘଣ୍ଚା ଧରି ପଢୁନଥିଲେ ବୋଲି କହିଛନ୍ତି । ଆବଶ୍ୟକ ଅନୁଯାୟୀ ସେ ପାଠ ପଢୁଥିଲେ, ଯାହା ତାଙ୍କୁ ଆଜି ସଫଳତା ଦେଇଛି । ପରିଶେଷରେ ସେ କହିଛନ୍ତି "ଯଦି ମନୋବଳ ଦୃଢ଼ ଥିବ ତେବେ ସଫଳତା ନିଶ୍ଚିତ ।"

ABOUT THE AUTHOR

...view details