ଭୁବନେଶ୍ବର: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଅକ୍ସିଜେନର ଅଭାବ ପୁରା କରିବାକୁ ଆଗେଇ ଆସିଛି ଓଡିଶା । ଏହି କୋରୋନା ଯୁଦ୍ଧ ସମୟରେ ଜାତୀୟସ୍ତରରେ ସହଯୋଗର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଫୋନରେ କଥା ହୋଇଛନ୍ତି ନବୀନ ।
ସଙ୍କଟ ସମୟରେ ଓଡିଶାର ଏଭଳି ପଦକ୍ଷେପ ପାଇଁ କୃତଜ୍ଞତା ଅର୍ପଣ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ରକୁ ଅମ୍ଳଜାନ ଯୋଗାଣ ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଦ୍ଧବ ।