ଓଡିଶା

odisha

ETV Bharat / bharat

ଝୁଲୁଛି ଉଦ୍ଧବ ସରକାରଙ୍କ ଭାଗ୍ୟ, ଆଜି କ୍ୟାବିନେଟ ବୈଠକ - ମହାରାଷ୍ଟ୍ର ସଙ୍କଟ ଖବର

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି । ଗୁଜୁରାଟ ହୋଟେଲରେ ବିଦ୍ରୋହୀ ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ସହ 35ରୁ ଅଧିକ ବିଧାୟକ ଥିବା ଚର୍ଚ୍ଚା । ବିଜେପି ସହ ମେଣ୍ଟରେ ସରକାର ଚଳାଇବା ପାଇଁ ଉଦ୍ଧବଙ୍କୁ ସିନ୍ଧେଙ୍କ ପ୍ରସ୍ତାବ । ଅଧିକ ପଢନ୍ତୁ

ଝୁଲୁଛି ଉଦ୍ଧବ ସରକାର ଭାଗ୍ୟ, ଆସନ୍ତାକାଲି କ୍ୟାବିନେଟ ବୈଠକ
ଝୁଲୁଛି ଉଦ୍ଧବ ସରକାର ଭାଗ୍ୟ, ଆସନ୍ତାକାଲି କ୍ୟାବିନେଟ ବୈଠକ

By

Published : Jun 22, 2022, 7:27 AM IST

Updated : Jun 22, 2022, 7:36 AM IST

ମୁମ୍ବାଇ:ମହାରାଷ୍ଟ୍ରରେ ରାଜନୈତିକ ହାଇଡ୍ରାମା ଜାରି ରହିଛି । ଉଦ୍ଧବ ସରକାରଙ୍କ ଅସ୍ତିତ୍ବ ଉପରେ ମଧ୍ୟ ଆଶଙ୍କା ଲାଗି ରହିଛି । ଦଳରୁ ବିଦ୍ରୋହ କରିଥିବା ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନିକଟରେ 35ରୁ ଉର୍ଦ୍ଧ୍ବ ବିଧାୟକ ସୁରଟର ଏକ ହୋଟେଲରେ ଥିବା ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ଆଜି ଅପରାହ୍ନରେ ମହାରାଷ୍ଟ୍ର ସରକାରର କ୍ୟାବିନେଟ ମଧ୍ୟ ବୈଠକ ଡାକିଛନ୍ତି ।

ଉଦ୍ଧବଙ୍କ ସହ ବିଦ୍ରୋହୀ ବିଧାୟକ ଏକନାଥ ସନ୍ଧେ ପ୍ରତିନିଧି ମାଧ୍ୟମରେ କିଛି ସର୍ତ୍ତାବଳୀ ମଧ୍ୟ ରଖିଛନ୍ତି । ବିଜେପି ସହ ମେଣ୍ଟ କରି ମହାରାଷ୍ଟ୍ରରେ ସରକାର ବଞ୍ଚାଇବା ପାଇଁ ଏକନାଥ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ଏହାରି ମଧ୍ୟରେ ଅନ୍ୟ ଏକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଶିବସେନା ବରିଷ୍ଠ ନେତା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ, ଶିବସେନାର ବିଧାୟକମାନଙ୍କୁ ଜୋର ଜବରଦସ୍ତ ଭାବେ ହୋଟେଲରେ ବନ୍ଦ କରି ରଖାଯାଇଛି ।

ଅନ୍ୟପଟେ କୌଣସି ପରିସ୍ଥିତିରେ ମହାରାଷ୍ଟ୍ରରେ ମହାବିକାଶ ଅଗାଡି ମେଣ୍ଟ ସରକାର ଭାଙ୍ଗିବ ନାହିଁ ବୋଲି ଶିବସେନା ଓ ଏନସିପି ଦମ୍ଭୋକ୍ତି ଦେଖାଇଛନ୍ତି । ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି । ଏନସିପି ମୁଖ୍ୟ ଶରଦ ପାଓ୍ବର ମଧ୍ୟ ସରକାର ସଙ୍କଟରେ ଥିବା କିମ୍ବା ସରକାର ଭାଙ୍ଗିବା ଆଶଙ୍କାକୁ ଖଣ୍ଡନ କରିଛନ୍ତି । ସବୁ କଳ୍ପନାଜଳ୍ପନା ମଧ୍ୟରେ ଅଜି ସୁଦ୍ଧା ଏହି ଚିତ୍ର ସ୍ପଷ୍ଟ ହୋଇପାରେ । ନଚେତ ଉଦ୍ଧବ ଠାକରେ ସରକାରଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ମଧ୍ୟ ଦେବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 22, 2022, 7:36 AM IST

ABOUT THE AUTHOR

...view details