ଓଡିଶା

odisha

ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ଦାୟିତ୍ବ ବଣ୍ଟନ, BJP ଖାତାରେ ଗୁରୁତ୍ବପୂର୍ଣ୍ଣ ବିଭାଗ

By

Published : Aug 14, 2022, 10:34 PM IST

ସମ୍ପ୍ରସାରିତ ହେଲା ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ । ବିଜେପି ଖାତାରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ allocation of portfolios । ଗୃହ ଓ ବିତ୍ତ ବିଭାଗ ରଖିଲେ ଫଡନାଭିସ । ସହରାଞ୍ଚଳ ବିକାଶ ବିଭାଗ ଦାୟିତ୍ବରେ ନିଜେ ମୁଖ୍ୟମନ୍ତ୍ରୀ ସିନ୍ଧେ । ଅଧିକ ପଢନ୍ତୁ

ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ଦାୟିତ୍ବ ବଣ୍ଟନ, ବିଜେପି ଖାତାରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ
ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ଦାୟିତ୍ବ ବଣ୍ଟନ, ବିଜେପି ଖାତାରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ମୁମ୍ବାଇ:ରାଜନୈତିକ ସଙ୍କଟ ଓ କ୍ଷମତା ପରିବର୍ତ୍ତନ ପାଇଁ ସାରା ଦେଶର ନଜରରେ ରହିଥିବା ମହାରାଷ୍ଟ୍ରରେ ଗତ 9 ତାରିଖରେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀମଣ୍ଡଳର ଦାୟିତ୍ବ ବଣ୍ଟନ (allocation of portfolios ) ହୋଇଛି । ଆଜି ଏକନାଥ ସିନ୍ଧେଙ୍କ ସରକାରରେ 18 ମନ୍ତ୍ରୀ ବିଭାଗ ଗ୍ରହଣ କରିଛନ୍ତି । ଆଜି ନୂତନ ଭାବେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କୁ ବଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମନ୍ତ୍ରୀମଣ୍ଡଳରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ କିନ୍ତୁ ବିଜେପି ଖାତାକୁ ଯାଇଛି ।

ମୁଖ୍ୟମନ୍ତ୍ରୀ ସିନ୍ଧେ ନିଜ ପାଖରେ ସହରାଞ୍ଚଳ ବିକାଶ, ପରିବେଶ, ସଂଖ୍ୟାଲଘୁ, ପରିବହନ, ବିପର୍ଯ୍ୟୟ ପରିଚାଳନା ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ରଖିଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଲୋକ ସମ୍ପର୍କ, ପୂର୍ତ୍ତ ବିଭାଗ ସମେତ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ଅନ୍ୟ ମନ୍ତ୍ରୀଙ୍କ ପାଖକୁ ଯାଇଛି । ସେହିପରି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡି ପ୍ରଥମ ଦିନରୁ ଚର୍ଚ୍ଚାରେ ରହି ଆସିଥିବା ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମଧ୍ୟ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି । ଉପ ମୁଖ୍ୟମନ୍ତ୍ରୀ ବ୍ୟତୀତ ସେ ଗୃହ, ଅର୍ଥ, ଯୋଜନା, ଆଇନ ଓ ନ୍ୟାୟ, ହାଉସିଂ, ଶକ୍ତି ବିଭାଗର ଦାୟିତ୍ବରେ ମଧ୍ୟ ରହିବେ ।

ସେହିପରି ବରିଷ୍ଠ ବିଜେପ ନେତା ଚନ୍ଦ୍ରକାନ୍ତ ପାଲିଟ, ଉଚ୍ଚ ଓ ବୈଶୟିକ ଶିକ୍ଷା, ସଂସଦୀୟ ବ୍ୟାପାର ବିଭାଗ ସହ ଶିଳ୍ପ ବିଭାଗର ଦାୟିତ୍ବରେ ରହିବେ । ରବୀନ୍ଦ୍ର ଚୌହାନ ପବ୍ଲିକ ଓ୍ବାର୍କ (ପବ୍ଲିକ ଏଣ୍ଟପ୍ରାଇଜେସ ବ୍ୟତୀତ), ଖାଦ୍ୟ ଓ ଯୋଗାଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ । ଅନ୍ୟ କିଛି ବିଜେପି ନେତାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି । ଅନ୍ୟ ଜଣେ ବରିଷ୍ଠ ବିଜେପି ନେତା ଗିରିଶ ମହାଜନ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ବିଭାଗ, ମେଡିକାଲ ଶିକ୍ଷା ଓ କ୍ରୀଡା ବ୍ୟାପାର ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ପାଇଛନ୍ତି । ସୁରେଶ ଖାଡେଙ୍କୁ ଶ୍ରମ ବିଭାଗ, ମଙ୍ଗଲ ପ୍ରଭାତ ଲୋଧା ପର୍ଯ୍ୟଟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ପଦ ସମ୍ଭାଳିବେ ।

ମହାରାଷ୍ଟ୍ରରେ ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଫଡନାଭିସ ଶପଥ ଗ୍ରହଣ କରିବାର ପ୍ରାୟ 40 ଦିନ ପରେ ମଙ୍ଗଳବାର (ଅଗଷ୍ଟ 9) ରେ ମହାରାଷ୍ଟ୍ରର କ୍ୟାବିନେଟ ସମ୍ପ୍ରସାରଣ (Maharashtra cabinet expansion) ହୋଇଥିଲା । ନୂତନ କ୍ୟାବିନେଟରେ ଶିବସେନାରୁ 9 ଜଣ ଏବଂ ବିଜେପି କୋଟାରୁ 9ଜଣ ମନ୍ତ୍ରୀ ପଦ ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସିନ୍ଦେ କ୍ୟାବିନେଟରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା 20କୁ ବୃଦ୍ଧି ପାଇଛି । ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କ କ୍ୟାବିନେଟର ସର୍ବନିମ୍ନ ଶିକ୍ଷିତ ମନ୍ତ୍ରୀ । ଏଥି ସହ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କ୍ୟାବିନେଟର କନିଷ୍ଠ ମନ୍ତ୍ରୀମାନଙ୍କ ତାଲିକାରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details