ମୁମ୍ବାଇ:ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦାବିରେ ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ମହାରାଷ୍ଟ୍ର ବିଜେପି । ଅର୍ଥ ହେରଫେର ମାମଲାରେ ନଓ୍ବାବ ମଲ୍ଲିକଙ୍କୁ ମାର୍ଚ୍ଚ 3 ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି । ଏନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ପ୍ରତିକ୍ରିୟା ରଖି କହିଛନ୍ତି ଯେ ନଓ୍ବାବ ଅଣ୍ଡରୱାର୍ଲ୍ଡ ସହାୟତାରେ କୋଟି କୋଟି ଟଙ୍କା ଜମି କିଣିଛନ୍ତି ।
ଏ ବାବଦରେ ତଦନ୍ତ ପରେ ଇଡି କୋର୍ଟ ତାଙ୍କୁ ମାର୍ଚ୍ଚ 3 ପର୍ଯ୍ୟନ୍ତ ଇଡି ହେପାଜତରେ ଦଣ୍ଡିତ କରିଛନ୍ତି । ଯଦି ରାଜନେତାମାନେ ଅଣ୍ଡରୱାର୍ଲ୍ଡ ସହିତ ସିଧାସଳଖ ଯୋଗାଯୋଗରେ ରହିବେ ତେବେ ଇଡିକୁ ଏପରି ଅନୁସନ୍ଧାନ କରିବାକୁ ପଡିବ । ସମସ୍ତ ରାଜନୈତିକ ଦଳ ଏହାକୁ ସମର୍ଥନ କରନ୍ତୁ ବୋଲି କହିଛନ୍ତି ବିଜେପି ନେତା । ।