ଓଡିଶା

odisha

ETV Bharat / bharat

BJP ନେତାଙ୍କ ବିବାଦୀୟ ବୟାନ, ସାଂସଦ ସୁପ୍ରିୟା ସୁଲେଙ୍କୁ କହିଲେ ଘରକୁ ଯାଅ ରୋଷେଇ କର - ସୁପ୍ରିୟା ସୁଲେଙ୍କୁ ବିଜେପି ମୁଖ୍ୟଙ୍କ ସମାଲୋଚନା

ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲଙ୍କ ବିବାଦୀୟ ବୟାନ । NCP ନେତ୍ରୀ ତଥା ସାଂସଦ ସୁପ୍ରିୟା ସୁଲେଙ୍କୁ ଯଦି ରାଜନୀତି ବୁଝୁନାହଁ ତେବେ ଘରକୁ ଯାଅ ଏବଂ ରୋଷେଇ କର କହିଲେ ମହାରାଷ୍ଟ୍ର ବିଜେପି ମୁଖ୍ୟ । ଅଧିକ ପଢନ୍ତୁ

NCP ନେତା ସୁପ୍ରିୟାଙ୍କୁ ସମାଲୋଚନା
NCP ନେତା ସୁପ୍ରିୟାଙ୍କୁ ସମାଲୋଚନା

By

Published : May 26, 2022, 3:04 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲଙ୍କ ବିବାଦୀୟ ବୟାନ ପୁଣିଥରେ ମହାରାଷ୍ଟ୍ର ରାଜନୀତିରେ ଉଷ୍ମତା ଭରିଛି । "ଯଦି ରାଜନୀତି ବୁଝୁନାହଁ ତେବେ ଘରକୁ ଯାଅ ଏବଂ ରୋଷେଇ କର ।" NCP ନେତ୍ରୀ ତଥା ସାଂସଦ ସୁପ୍ରିୟା ସୁଲେଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି, ମହାରାଷ୍ଟ୍ର ବିଜେପି ମୁଖ୍ୟ । OBC ସଂରକ୍ଷଣ ପାଇଁ ମହାରାଷ୍ଟ୍ରରେ ମେଣ୍ଟ ସରକାରଙ୍କ ବିରୋଧରେ ବିକ୍ଷୋଭ ଓ ସମାଲୋଚନା ଜାରି ରଖିଛି BJP । ଏପରି ଏକ ସଭାରେ ସୁପ୍ରିୟାଙ୍କ ଉଦ୍ଦେଶ୍ୟରେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, "ତୁମେ ଏପର୍ଯ୍ୟନ୍ତ କିପରି ରାଜନୀତିରେ ରହିଛ ? ଘରକୁ ଯାଅ ରୋଷେଇ କର ।

ଦିଲ୍ଲୀ ଯାଅ ନଚେତ୍‌ ଗାଆଁକୁ ଯାଅ ମାତ୍ର ଆମକୁ OBC ସଂରକ୍ଷଣ ଦିଅ । ଜଣେ ଲୋକସଭା ସାଂସଦ ହୋଇମଧ୍ୟ କିପରି ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ପାଇପାରୁନ ?" ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ କିପରି ସ୍ଥାନୀୟ ନିର୍ବାଚନରେ OBC ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟରୁ ଗ୍ରୀନ ସିଗନାଲ ହାସଲ କରିଛି ଉଦାହରଣ ଦେଇଛନ୍ତି ମହାରାଷ୍ଟ୍ର ବିଜେପି ମୁଖ୍ୟ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସିବା ସମୟରେ ତାଙ୍କୁ ଭେଟିବାକୁ ଚେଷ୍ଟା କରିଥିଲି । ମାତ୍ର ଜାଣେ ନାହିଁ ଆଗାମୀ ଦୁଇ ଦିନ ମଧ୍ୟରେ ହଠାତ୍ କ'ଣ ହେଲା ଏବଂ ସେମାନେ ଓବିସି ସଂରକ୍ଷଣ ପାଇଁ ଆଗେଇ ଆସିଲେ ବୋଲି କହିଥିଲେ ସୁପ୍ରିୟା ସୁଲେ ।

ନିଜ ଦଳର ସାଂସଦଙ୍କ ପ୍ରତି ମହାରାଷ୍ଟ୍ର ବିଜେପି ମୁଖ୍ୟଙ୍କ ଏପରି ବିବାଦୀୟ ବୟାନ ପରେ ବର୍ଷିଛି ଏନସିପି । ଚନ୍ଦ୍ରକାନ୍ତ ପାଟିଲ ଚପାତି ବନାଇବା ଶିଖନ୍ତୁ ଫଳରେ ସେ ଘରେ ତାଙ୍କ ପତ୍ନୀଙ୍କୁ ସାହାଯ୍ୟ କରିପାରିବେ ବୋଲି କହିଛି ଏନସିପି । ତାଙ୍କର ଏପରି କହିବାକୁ କିଛି ଅଧିକାର ନାହିଁ । ମୋ ଭଉଣୀ ବିଷୟରେ ଏପରି କହିବାକୁ ତାଙ୍କର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ।

ସେପଟେ ସୁପ୍ରିୟା ସୁଲେଙ୍କ ସ୍ବାମୀ ସଦାନନ୍ଦ ପାଲଟା ଜବାବ ଦେଇଛନ୍ତି । ସେ ବିଜେପିକୁ misogynistic ଦଳ ବୋଲି କହିଛନ୍ତି । ମୁଁ ମୋ ପତ୍ନୀଙ୍କ ପାଇଁ ଗର୍ବିତ ଯିଏକି ଜଣେ ଗୃହିଣୀ, ମାଆ ଏବଂ ସଫଳ ରାଜନେତ୍ରୀ । ଦେଶରେ ଅନେକ ପରିଶ୍ରମୀ ତଥା ଦକ୍ଷ ମହିଳାଙ୍କ ମଧ୍ୟରେ ସେ ଜଣେ । ଏପରି ମନ୍ତବ୍ୟ ସମସ୍ତ ମହିଳାଙ୍କ ପ୍ରତି ଅପମାନ ବୋଲି କହିଛନନ୍ତି ସୁପ୍ରିୟାଙ୍କ ସ୍ବାମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details