ମୁମ୍ବାଇ: 5 କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ହେରୋଇନ ଜବତ । ଡ୍ରଗ୍ସ କାରବାର ଘଟଣାରେ ଦୁଇଜଣ ଗିରଫ ହୋଇଥିବା ଜଣା ପଡ଼ିଛି । ଆତଙ୍କବାଦୀ ନିରୋଧୀ ସ୍କ୍ବାର୍ଡ ଦ୍ବାରା କରାଯାଇଥିବା ଅପରେସନ ବେଳେ ଡ୍ରଗ୍ସ ଜବତ ହୋଇଥିବା ସୂଚନା ରହିଛି ।
ସୂଚନା ମୁତାବକ, ମହାରାଷ୍ଟ୍ର ATSକୁ ପାଲଘରରେ ଡ୍ରଗ୍ସ କାରବାର ନେଇ ଖବର ମିଳିଥିଲା । ଏହାପରେ ସେହି ଅଞ୍ଚଳରେ ସ୍କ୍ବାର୍ଡ ପକ୍ଷରୁ ଅପରେସନ ଜୋରଦାର କରାଯାଇଥିଲା । ଅପରେସନ ବେଳେ 1 କେଜି 724 ଗ୍ରାମର ହେରୋଇନ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 5କୋଟିରୁ ଊର୍ଦ୍ଧ୍ବ ହେବ । ଏହି ଘଟଣାରେ 2ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କଠାରୁ 2ଟି ମୋବାଇଲ ଫୋନ ଓ 2ଲକ୍ଷ 60ହଜାର ଟଙ୍କା ଜବତ ହୋଇଥିବା ଏଟିଏସ ଅଧିକାରୀ ସୂଚନା ଦେଇଛନ୍ତି ।