ଓଡିଶା

odisha

ମହାରାଷ୍ଟ୍ର ବିଧାନସଭାରେ ହଙ୍ଗାମା, 12 BJP ବିଧାୟକ ନିଲମ୍ବିତ

By

Published : Jul 5, 2021, 4:15 PM IST

ମହାରାଷ୍ଟ୍ର ବିଧାନସଭାରେ 12 ଜଣ ବିଜେପି ବିଧାୟକଙ୍କୁ ବର୍ଷେ ପାଇଁ ନିଲମ୍ବିତ କରାଯାଇଛି । ମହାରାଷ୍ଟ୍ର ବିଧାନସଭାରେ ଦୁଇ ଦିବସୀୟ ମୌସୁମୀ ଅଧିବେଶନ ସମୟରେ ହଙ୍ଗାମା ହୋଇଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ର ବିଧାନସଭାରେ ହଙ୍ଗାମା, 12 ବିଜେପି ବିଧାୟକ ନିଲମ୍ବିତ
ମହାରାଷ୍ଟ୍ର ବିଧାନସଭାରେ ହଙ୍ଗାମା, 12 ବିଜେପି ବିଧାୟକ ନିଲମ୍ବିତ

ମୁମ୍ବାଇ:ମହାରାଷ୍ଟ୍ର ବିଧାନସଭାରେ ଓବିସି (OBC) ଆରକ୍ଷଣ ଉପରେ ଜୋରଦାର ହଙ୍ଗାମା । ବାଚସ୍ପତି ଆସନରେ ବସିଥିବା ଭାସ୍କର ଯାଦବଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଭାରତୀୟ ଜନତା ପାର୍ଟିର 12 ଜଣ ବିଧାୟକଙ୍କୁ ନିଲମ୍ବିତ କରିଦିଆଯାଇଛି ।

12 ଜଣ ବିଜେପି ବିଧାୟକଙ୍କୁ ବର୍ଷେ ପାଇଁ ନିଲମ୍ବିତ କରାଯାଇଛି । ମହାରାଷ୍ଟ୍ର ବିଧାନସଭାରେ ଦୁଇ ଦିବସୀୟ ମୌସୁମୀ ଅଧିବେଶନ ସମୟରେ ହଙ୍ଗାମା ହୋଇଛି ।

ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ସଞ୍ଜୟ କୁଟେ, ଆଶୀଷ ଶୋଲାର, ଅଭିମନ୍ୟୁ ପାୱାର, ଗିରିଶ ମହାଜନ, ଅତୁଲ ଭଟଖଲର, ପରାଗ ଅଲୱାଣୀ, ହରୀଶ ପମ୍ପେଲ, ରାମ ସାତପୁତେ, ଜୟକୁମାର ପାୱଲ, ଯୋଗେଶ ସାଗର, ନାରାୟଣ କୁଚେ ଓ କୀର୍ତ୍ତି କୁମାର ସାମିଲ ଅଛନ୍ତି ।

ଘଟଣାରେ କାର୍ଯ୍ୟକାରୀ ବାଚସ୍ପତି ଭାସ୍କର ଯାଦବ ମଧ୍ୟ ବିରୋଧୀ ଦଳ ନେତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଅଭିଯୋଗ ଅନୁଯାୟୀ, ବାଚସ୍ପତି ଭାସ୍କର ଯାଦବ ଗୃହରେ କହିବା ପାଇଁ ପର୍ଯ୍ୟାପ୍ତ ସମୟ ଦେଇନଥିଲେ । ଫଳରେ ବିରୋଧୀ ଅଧିବେଶନର ବହିଷ୍କାର କରିଥିଲେ ।

ବିଧାନସଭାରେ ସୋମବାର ଏକ ପ୍ରସ୍ତାବ ପାରିତ ହୋଇଛି । ଏଥିରେ 2011 ଜନଗଣନା ରିପୋର୍ଟ ଉପଲବ୍ଧ କରାଇବାକୁ ଅନୁରୋଧ କରାଯାଇଥିଲା । ଏହାଫଳରେ ପଛୁଆବର୍ଗ ଆୟୋଗକୁ ଓବିସି ସମୁଦାୟଙ୍କ ଡାଟା ପ୍ରସ୍ତୁତ କରିବା ପାଇଁ ସକ୍ଷମ କରାଯାଇପାରିବ ।

ଏନସିପି ନେତା ତଥା ରାଜ୍ୟର ଖାଉଟି ମନ୍ତ୍ରୀ ଛଗନ ଭୁଜବଲଙ୍କ ପକ୍ଷରୁ ଆଗତ ଏହି ପ୍ରସ୍ତାବକୁ ବିଜେପି ସଦସ୍ୟଙ୍କ ହଙ୍ଗାମା ପରେ ଧ୍ବନିମତରେ ପାରିତ କରିଦିଆଯାଇଛି । ଏହି ସମୟରେ ବିଜେପି ବିଧାୟକ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଏହି ପ୍ରସ୍ତାବ ରାଜନୀତି ପ୍ରେରିତ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ।

ABOUT THE AUTHOR

...view details