ମୁମ୍ବାଇ:ମହାରାଷ୍ଟ୍ର ପୋଲିସ ବିଭାଗର ସବ-ଇନ୍ସିପେକ୍ଟର ଭର୍ତ୍ତି ପ୍ରକ୍ରିୟାରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଗୋଟିଏ ପଦବୀ ସଂରକ୍ଷିତ ରହିବ (sub inspector post for transgenders)। ଏନେଇ ମହାରାଷ୍ଟ୍ର ପ୍ରଶାସନିକ ଟ୍ରିବ୍ୟୁନାଲ (MAT)ର ମୁମ୍ବାଇ ବେଞ୍ଚ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି (ସୋମବାର) ପ୍ରଶାସନିକ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଜଷ୍ଟିସ୍ ମ୍ରିଦୁଲା ଭଟକର ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଶୁଣାଇଛନ୍ତି ।
ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ମ୍ରିଦୁଲା କହିଛନ୍ତି, ସୁପ୍ରିମକୋର୍ଟଙ୍କ 2014 ମସିହାର ରାୟ ପରେ ଏପରି ସଂରକ୍ଷିତ ବ୍ୟବସ୍ଥା ପ୍ରଚଳନ କରିବା ବାଧ୍ୟତାମୂଳକ । ସମସ୍ତ ସରକାରୀ ନିଯୁକ୍ତିରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ପ୍ରାର୍ଥୀଙ୍କୁ ସଂରକ୍ଷଣ ବ୍ୟବସ୍ଥା ପ୍ରଦାନ କରିବାକୁ ସର୍ବୋଚ୍ଚ କୋର୍ଟ ତତ୍କାଳୀନ ରାୟରେ କହିଥିଲେ । ବିନୟକ କାଶୀଦ ନାମକ ଜଣେ ଆବେଦନକାରୀଙ୍କ ଦ୍ବାରା ଦାଖଲ ହୋଇଥିବା ଏହି ସମ୍ପର୍କିତ ଏକ ଆବେଦନ ଉପରେ ଶୁଣାଣି କରି ଟ୍ରିବ୍ୟୁନାଲ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ ।