ମୁମ୍ବାଇ: ମହାରାଷ୍ଟ୍ରରେ ଓପରମୁହାଁ କୋରୋନା ଗ୍ରାଫ । କିଛି ସମୟ ବ୍ୟବଧାନ ପରେ ପୁଣି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଏକାବେଳେ ୧୦ ମନ୍ତ୍ରୀ ଓ ୨୦ ଜଣ ବିଧାୟକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ କୋରୋନା କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଶନିବାର କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ।
ଗୁରୁବାରଠାରୁ ଶୁକ୍ରବାର ୫୦ ପ୍ରତିଶତ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏ ନେଇ ପାୱାର କହିଛନ୍ତି ଯେ, "ରାଜ୍ୟରେ ୧୦ ମନ୍ତ୍ରୀ, ୨୦ ଜଣ ବିଧାୟକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାରି ମଧ୍ୟରେ ସମସ୍ତେ ନୂଆବର୍ଷ, ଜନ୍ମଦିନ ଓ ଅନ୍ୟାନ୍ୟ ଉତ୍ସବ ପାଳନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଏକଥା ମନରେ ରଖିବା ଉଚିତ ଯେ ଓମିକ୍ରନ ଭାରିଏଣ୍ଟ କ୍ଷୀପ୍ର ଗତିରେ ସଂକ୍ରମିତ ହେଉଛି । ଏଥିଲାଗି ସତର୍କତା ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସ୍ଥାନରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି । ମହାରାଷ୍ଟ୍ରରେ ମୁମ୍ବାଇ ଓ ପୁଣେରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।"