ଓଡିଶା

odisha

By

Published : Dec 12, 2021, 1:15 PM IST

ETV Bharat / bharat

Mahapanchayat: ଆନ୍ଦୋଳନ ହଟିଛି ହେଲେ ବସିବ ମହାପଞ୍ଚାୟତ

ଗତକାଲି ସିଙ୍ଘୁ ସୀମା ଖାଲି କରିଛନ୍ତି ଆନ୍ଦୋଳନରତ ଚାଷୀ । ଶନିବାର ସିଙ୍ଘୁ ସୀମାରୁ ୨୫ ପ୍ରତିଶତ ଚାଷୀ ଘରକୁ ଫେରିଛନ୍ତି । ଏହି ସମୟରେ କୃଷକ ନେତା ରାକେଶ ଟିକାୟତ (Bharatiya Kisan Union leader Rakesh Tikait) କହିଛନ୍ତି ଆନ୍ଦୋଳନ ସରିଛି ହେଲେ ସମୟ ସମୟରେ କିଷାନ ମହାପଞ୍ଚାୟତ ବସିବ ଓ ଚାଷୀଙ୍କ ସମସ୍ୟାର ଆଲୋଚନା ହେବ । ଅଧିକ ପଢନ୍ତୁ

କୃଷକ ନେତା ରାକେଶ ଟିକାୟତ
କୃଷକ ନେତା ରାକେଶ ଟିକାୟତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ତିନି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର( three Farm Laws repeal) କରି ନେଇଛନ୍ତି । ଏହାପରେ କୃଷକଙ୍କ ସବୁ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ବର୍ଷେ ପରେ ଆନ୍ଦୋଳନରୁ ଓହରିଛନ୍ତି ଚାଷୀ । ଗତକାଲି ସିଙ୍ଘୁ ସୀମା ଖାଲି କରିଛନ୍ତି ଆନ୍ଦୋଳନରତ ଚାଷୀ । ଶନିବାର ସିଙ୍ଘୁ ସୀମାରୁ ୨୫ ପ୍ରତିଶତ ଚାଷୀ ଘରକୁ ଫେରିଛନ୍ତି । ଏହି ସମୟରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଆନ୍ଦୋଳନ ସରିଛି ହେଲେ ସମୟ ସମୟରେ କିଷାନ ମହାପଞ୍ଚାୟତ ବସିବ ଓ ଚାଷୀଙ୍କ ସମସ୍ୟାର ଆଲୋଚନା ହେବ ।

ପ୍ରତିବର୍ଷ ୧୦ ଦିନ କିଷାନ ଆନ୍ଦୋଳନ ମେଳା ହେବ । ଯଥା ସମୟରେ ମହାପଞ୍ଚାୟତ ବସିବ । ସେଥିରେ ଚାଷୀଙ୍କ ସମସ୍ତ ସସସ୍ୟାର ସମାଧାନ ହେବ ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ । ତାଙ୍କ ଲଢେଇରେ ସେ ଗଣମାଧ୍ୟମର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମ, ଛାପା ଗଣମାଧ୍ୟମ ବିଶେଷ କରି ସୋସିଆଲ ମିଡିଆକୁ ପ୍ରଶଂସା କରିଛନ୍ତି କୃଷକ ନେତା । ସରକାରଙ୍କ ଉପରେ ଚାପ ପକାଇଥିବା ନେଇ ମିଡିଆକୁ ପ୍ରଶଂସା କରିଛନ୍ତି ରାକେଶ ଟିକାୟତ । ଜାନୁଆରୀ ୧୫ରେ ଏକ ସମୀକ୍ଷା ବୈଠକ ହେବ । ଯଦି ସରକାର ତାଙ୍କ ପ୍ରତିଶ୍ରୁତି ନ ରଖନ୍ତି ତେବେ ପୁଣି ଆନ୍ଦୋଳନ ହେବ ବୋଲି କହିଛନ୍ତି ରାକେଶ ଟିକାୟତ ।

ପ୍ରକାଶ ଥାଉ କି, ୨୦୨୦ ନଭେମ୍ବର ୨୬ରୁ ଆନ୍ଦୋଳନ ଆରମ୍ଭ କରିଥିଲେ । ଯେ ପର୍ଯ୍ୟନ୍ତ ସରକାର ତାଙ୍କ ଦାବି ପୂରଣ କରିନଥିଲେ ତାଙ୍କ ଲଢେଇ ଜାରି ରହିଥିଲା । ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । କେନ୍ଦ୍ର ସରକାର ଏହି ପ୍ରତ୍ୟାହାର ପାଇଁ ନେଇଥିବା ନିଷ୍ପତ୍ତିରେ ମୋହର ମାରିଥିଲା କ୍ୟାବିନେଟ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ତିନି କୃଷି ଆଇନ୍‌ ରଦ୍ଦ ନେଇ ମଞ୍ଜୁରୀ ମିଳିଥିଲା । ଏହାପରେ ନଭେମ୍ବର ୨୯ରେ ସଂସଦ ଶୀତ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହରେ କୃଷି ଆଇନ ପ୍ରତ୍ୟାହାର ହୋଇଥିଲା ।

@ANI

ABOUT THE AUTHOR

...view details