ପ୍ରୟାଗରାଜ: ଶହ ଶହ ସାଧୁ ସନ୍ଥ । ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କୁ ଦିଆଗଲା ଭୂ-ସମାଧି । ସନାତନ ସଂସ୍କୃତି ଓ ବୈଦିକ ରୀତିନୀତି ଅନୁଯାୟୀ ଆଜି ମହନ୍ତଙ୍କ ଇଚ୍ଛା ମୁତାବକ ମଠ ପରିସରରେ ଥିବା ଲେମ୍ବୁ ବୃକ୍ଷ ତଳେ ତାଙ୍କୁ ସମାଧୀ ଦିଆଯାଇଛି ।
ସାମାଧୀ ପାଇଁ ବାଘମ୍ବରୀ ମଠ ପରିସରରେ ଥିବା ପାର୍କରେ ନିଜ ଗୁରୁଙ୍କ ସାମାଧି ସ୍ଥଳୀ ନିକଟରେ ଥିବା ଲେମ୍ବୁ ବୃକ୍ଷ ମୂଳେ ଏକ ଗାତ ଖୋଲା ଯାଇଥିଲା । ସେହି ଗାତରେ ଏକ ଛୋଟ ଘର ନିର୍ମାଣ କରାଯାଇଥିଲା । ଏଥିରେ ଲୁଣର ଏକ ପ୍ରସ୍ତର ପକାଯାଇଥିଲା । ଏହାପରେ ମନ୍ତ୍ର ଉଚ୍ଚାରଣ କରି, ସ୍ଥାନକୁ ପବିତ୍ର କରାଯାଇଥିଲା । ବିଭିନ୍ନ ପୁଷ୍ପ, ଚନ୍ଦନ, ଗଙ୍ଗାଜଳ ଛିଞ୍ଚନ କରାଯାଇଥିଲା ।
ଏହାପରେ ଚତୁର୍ଦ୍ଦିଗକୁ ବନ୍ଦ କରାଯାଇ ଗାତ ଭିତରେ ସାମାଧି କାର୍ଯ୍ୟ ହୋଇଥିଲା । ଯାହା ଗୁପ୍ତ ରଖାଯାଇଥିଲା । ବାହାରେ କାଶୀ, ବୃନ୍ଦାବାନ, ମଥୁରା, ଅଯୋଧ୍ୟା ସମେତ ସାରା ଦେଶରୁ ଆସିଥିବା ସାଧୁ ସନ୍ଥ ମନ୍ତ୍ର ଉଚ୍ଚାରଣ କରିଥିଲେ । ୧୬ ପ୍ରକାର ପୂଜାର୍ଚ୍ଚନା ପରେ ମହନ୍ତ ନରେନ୍ଦ୍ର ଗିରି ମହାରାଜ ଗାତ ଭିତରେ ନିର୍ମାଣ ହୋଇଥିବା କଠୋରୀରେ ‘ପଦ୍ମାଶନ’ ମୁଦ୍ରାରରେ ବ୍ରହ୍ମଲୀନ ହୋଇଥିଲେ । ପରେ ଅବଶିଷ୍ଟ କାର୍ଯ୍ୟ ସମାପନରେ ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଗାତ ମଧ୍ୟରେ ରଖାଯାଇଥିଲା । ଏହାପରେ ଗାତକୁ ପୋତାଯାଇଥିଲା ।