ଲକ୍ଷ୍ନୌ: ଭାରତରେ ଶକ୍ତି ଉପାସନାର ପରମ୍ପରା ବହୁ ପ୍ରାଚୀନ । କେଉଁ ଆବାହନ କାଳରୁ ହିନ୍ଦୁ ଧର୍ମରେ ଶକ୍ତି ଉପାସନା ପ୍ରଥା ପ୍ରଚଳିତ । ଶାରଦୀୟ ଦୁର୍ଗାପୂଜାର ଏକ ନିଆରା ପରମ୍ପରା ହେଉଛି କୁମାରୀ ପୂଜା ବା କନ୍ୟା ପୂଜା । ସପ୍ତମୀ, ଅଷ୍ଟମୀ ଓ ନବମୀ ପୂଜା ଶେଷରେ କୁମାରୀ କନ୍ୟାଙ୍କୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଏ । କନ୍ୟା ମହାମାୟାଙ୍କ ସ୍ବରୂପ ଅଟନ୍ତି । ତେଣୁ ଦୁର୍ଗା ପୂଜାରେ ସେମାନଙ୍କୁ ପୂଜା କରାଯାଏ ।
ମହାନବମୀ ବ୍ରତ ମୂହୁର୍ତ୍ତ: ଋଷି ଦ୍ବିବେଦୀ କହିବା ଅନୁଯାୟୀ, ଚଳିତ ଥର ଆଶ୍ବୀନ ଶୁକ୍ଲ ପକ୍ଷ ନବମୀ ତିଥି ଅକ୍ଟୋବର 4 ତାରିଖ ମଙ୍ଗଳବାର ଦିନ ମଧ୍ୟାହ୍ନ 2ଟା 22 ମିନିଟ ପର୍ଯ୍ୟନ୍ତ ରହିବ । ଏହାପରେ ଦଶମୀ ତିଥି ଆରମ୍ଭ ହେବ। ଯାହା 5 ତାରିଖ 12ଟା 1 ମିନିଟରେ ଶେଷ ହେବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ମହାନବମୀ ବ୍ରତ ପାଳନ କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ:ଅକ୍ଟୋବର 4 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ମହାନବମୀ ବ୍ରତ ପାଳନ:ନବମୀ ବ୍ରତ ପାଳନ କରି ମା' ଦୁର୍ଗାଙ୍କୁ ରୀତନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ । ଏହି ଦିନ କୁମାରୀ କନ୍ୟାଙ୍କୁ ପୂଜା କରିବାର ନିୟମ ରହିଛି। ମା' ଦୁର୍ଗାଙ୍କ ଅପରାଜିତା ରୂପ ଏବଂ ଲାଜକୁଳି ଲତା ଗଛକୁ ପୂଜା କରାଯିବା ପରମ୍ପରା ରହିଛି । ବିଜୟାଦଶମୀ ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ କରାଯାଏ । ରାଶି ଅନୁସାରେ ପୂଜା କଲେ ଫଳପ୍ରଦ ମିଳେ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ରଙ୍ଗ ଉପକାରୀ ।
କେଉଁ ରାଶି ପାଇଁ କେଉଁ ରଙ୍ଗ ଶୁଭ ଅଟେ
ମେଷ:ଲାଲ, ଗୋଲାପୀ ଓ କମଳା
ବୃଷ: ଧଳା ଓ କ୍ରିମ ରଙ୍ଗ
ମିଥୁନ: ସବୁଜ