ଓଡିଶା

odisha

'କଙ୍ଗନାଙ୍କୁ ଭେଟିବାକୁ ସମୟ ଅଛି, ଚାଷୀଙ୍କ ପାଇଁ ନାହିଁ'

By

Published : Jan 25, 2021, 6:46 PM IST

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଭେଟିବାକୁ ରାଜ୍ୟପାଳଙ୍କ ପାଖରେ ସମୟ ରହିଛି । ହେଲେ ଚାଷୀଭାଇଙ୍କୁ ଭେଟିବାକୁ ସମୟ ନାହିଁ । ଏପରି କହି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି ଏନସିପି ନେତା ଶରଦ ପାୱାର । ଅଧିକ ପଢନ୍ତୁ...

ଶରଦ ପାୱାର
ଶରଦ ପାୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳଙ୍କ ଉପରେ ବର୍ଷିଲେ ଏନସିପି ମୁଖ୍ୟ ଶରଦ ପାୱାର । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଭେଟିବାକୁ ରାଜ୍ୟପାଳଙ୍କ ପାଖରେ ସମୟ ରହିଛି, ହେଲେ ଚାଷୀଭାଇଙ୍କୁ ଭେଟିବାକୁ ତାଙ୍କ ପାଖରେ ସମୟ ନାହିଁ ବୋଲି କହି ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ।

ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ନାମ ନନେଇ ପାୱାର ତାଙ୍କୁ ଟାର୍ଗେଟ କରିଛନ୍ତି । ପାୱାର କହିଛନ୍ତି, 'ମୁମ୍ବାଇର ଆଜାଦ ମୈଦାନରେ ଆଜି ରାଲି କରିଥିବା ଚାଷୀଭାଇ ମାନେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବାକୁ ରାଜଭବନ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ଥିଲା । ହେଲେ ସେ(ରାଜ୍ୟପାଳ) ଗୋଆ ଚାଲିଯାଇଛନ୍ତି । ଆମେ ରାଜ୍ୟ ଇତିହାସରେ ଏପରି ରାଜ୍ୟପାଳ କେବେ ଦେଖିନାହୁଁ ।'

ଏହାସହ କଙ୍ଗନାଙ୍କୁ ଭେଟିବାକୁ ତାଙ୍କ ପାଖରେ ସମୟ ରହିଛି । କିନ୍ତୁ ଆମ ଚାଷୀଭାଇଙ୍କୁ ଭେଟିବାକୁ ନାହିଁ । ଯେକି ସାରା ରାଜ୍ୟର କୋଣ ଅନୁକୋଣରୁ ଆସିଛନ୍ତି ବୋଲି ଶରଦ ପାୱାର କହିଛନ୍ତି । ସୋମବାର ଆଜାଦ ମୈଦାନରେ ଚାଷୀଙ୍କୁ ସମ୍ବୋଧିତ କରି ଏପରି ବାକ୍ୟବାଣ ଛାଡିଛନ୍ତି ଶରଦ ।

ସେହିପରି ଏହା ରାଜ୍ୟପାଳଙ୍କ ନୈତିକତା ଯେ ସେ ରାଜଭବନରେ ଉପସ୍ଥିତ ରହି ଅନ୍ନଦାତାଙ୍କ ସ୍ମାରକପତ୍ର ଗ୍ରହଣ କରିଥାନ୍ତେ । ହେଲେ ସେ ଏହା କରିନାହାଁନ୍ତି ବୋଲି ଶରଦ କହିଛନ୍ତି ।

@IANS

ABOUT THE AUTHOR

...view details