ଓଡିଶା

odisha

By

Published : Jul 26, 2021, 9:49 AM IST

ETV Bharat / bharat

ଭୂକମ୍ପ ଝଟ୍‌କାରେ ଥରିଲା ହାଇଦ୍ରାବାଦ

ଆଜି ସକାଳ ୫ଟା ସମୟରେ ହାଇଦ୍ରାବାଦ ଦକ୍ଷିଣରେ ୧୫୬ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶ ମଧ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

ଭୂକମ୍ପରେ ଥରିଲା ହାଇଦ୍ରାବାଦରେ
ଭୂକମ୍ପରେ ଥରିଲା ହାଇଦ୍ରାବାଦରେ

ହାଇଦ୍ରାବାଦ:ହାଇଦ୍ରାବାଦରେ ଭୂକମ୍ପ ଝଟକା । ଆଜି ସକାଳ ୫ଟା ସମୟରେ ହାଇଦ୍ରାବାଦ ଦକ୍ଷିଣରେ ୧୫୬ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶ ମଧ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା 4.0 ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ମିଳିଛି ।

ଏନସିଏସ ସୂଚନା ଅନୁଯାୟୀ, ସକାଳ ୫ଟାରେ ଏହି ଭୂକମ୍ପ ହୋଇଥିଲା । ହାଇଦ୍ରାବାଦର ୧୫୬ କିଲୋମିଟର ଦକ୍ଷିଣରେ ଆନ୍ଧ୍ରପ୍ରଦେଶରେ 10 କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ହୋଇଥିବା NCS କହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details